ମିଶ୍ରି ଲାଲ ମାଇନସି ପ୍ରାଇଭେଟ୍ ଲିମିଟେଡ଼୍ କମ୍ପାନି ଗେଟ୍ ସମ୍ମୁଖରେ କର୍ମଚାରୀ ଓ ଶ୍ରମିକଙ୍କ ଆନ୍ଦୋଳନ

– ଆନ୍ଦୋଳନ ୨ୟ ଦିନରେ ୧୪ଦଫା ଦାବି ନେଇ ଗର୍ଜିଲେ ଶ୍ରମିକ ଦାବି ପୂରଣନ ହେବା ପର୍ଯ୍ୟନ୍ତ ବନ୍ଦ ରହିବାକୁ ଦେଲେ ଚେତାବନି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କାନପୁରା ଗ୍ରାମ ସିମାରେ ଗଢିଉଠିଥିବା ମିଶ୍ରିଲାଲ ମାଇନସି ପ୍ରାଇଭେଟ୍ ଲିମିଟେଡ୍ ର ଫେରୋ ଏଲୟଜ୍ ଡିଭିଜନ୍ ୨ ଯାହାକି ୨୦୧୩ ମସିହାରୁ କମ୍ପାନୀ କାର୍ଯ୍ୟକରୁ ଅଛି।ସେଠାରେ ପ୍ରାୟ ୨୫୦ ରୁ ଉର୍ଦ୍ଧ କାର୍ଯ୍ୟ କରୁଥିବା ବେଳେ ବିଭିନ୍ନ ମୌଳିକ ସମସ୍ୟାରୁ ବଞ୍ଚିତ ହୋଇ ଦୟନିୟ ଅବସ୍ଥାରେ କାର୍ଯ୍ୟ କରୁଥିବା ଅଭିଯୋଗ କରୁଛନ୍ତି।

ଗତ ୧୯ ତାରିଖ ରାତି ବିଳମ୍ବିତ ପ୍ରହରରେ କର୍ମଚାରୀ ଓ ଶ୍ରମିକ ମାନେ ରାତ୍ରୀ ଡିଉଟି ନକରି ଉପସ୍ଥିତ ମିଶ୍ରିଲାଲ ର ପର୍ତ୍ତୁପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ଏହା ଦେଖି ମିଶ୍ରିଲାଲ କମ୍ପାନିର ଡେପୁଟି ମ୍ୟାନେଜର ଅନିଲ ଦାଶ କାଯ୍ୟାଳୟ ଛାଡ଼ି ପଳାଇଥିଲେ । ୨୪ଘଣ୍ଟା ବିତି ଯାଇଥିଲେ। ମଧ୍ୟ କେହିନ ଆସିବାରୁ ୧୯ ତାରିଖ ରାତି ୧୨ଟାରେ କାମାକ୍ଷାନଗର ଥାନାରେ କର୍ମଚାରୀ ମାନେ ପହଁଞ୍ଚି କୌଣସି ଗଣ୍ଡଗୋଳ ନ କରିବା ପାଇଁ ଶ୍ରମିକ ଓ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ। ଆଜି ସକାଳ ୭.୩୦ ମିନିଟରେ ଗେଟ୍ ସମ୍ମୁଖରେ ସମସ୍ତ କର୍ମଚାରୀ ଓ ଶ୍ରମିକ କାର୍ଯ୍ୟ ବନ୍ଦ କରିଥିବାରୁ କମ୍ପାନୀର ସମସ୍ତ କାର୍ଯ୍ୟ ଅଚଳ ହୋଇଯାଇଥିବା ଦେଖିବାକୁ ମିଳିଛି ।ଦାବୀ ଗୁଡିକ ମଧ୍ୟରେ ସରକାରଙ୍କ ତରଫରୁ ଘୋଷଣା ହୋଇଥିବା ଧାର୍ଯ୍ୟ ମଜୁରୀକୁ କର୍ମଚାରୀଙ୍କୁ ଦିଆଯିବା, ବର୍ଷକୁ ୧୨% ହିସାବ ରେ୨ ବର୍ଷର ଇନ୍‌କ୍ରେମେଣ୍ଟ ପ୍ରଦାନ , ୫ ବର୍ଷରୁ ଉର୍ଦ୍ଧ ଥିବା କର୍ମଚାରୀମାନଙ୍କୁ ପଦ୍ୟୋନ୍ନତି କରିବା, କୌଣସି କର୍ମଚାରୀଙ୍କୁ ବ୍ୟକ୍ତିଗତ, ରାଜନୈତିକ ଅଭିସନ୍ଧି ରଖି କାର୍ଯ୍ୟରୁ ନିଲମ୍ବିତ କରିପାରିବେ ନାହିଁ,ସମାନ କାର୍ଯ୍ୟକୁ ସମାନ ଦରମା,ଓଭର ଡିୟୁଟି କରୁଥିବା କର୍ମଚାରୀଙ୍କୁ ଉଚିତ୍ ପ୍ରାପ୍ୟ ପ୍ରଦାନ କରିବା,ଫରନେସରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ବିଶ୍ରାମ କକ୍ଷ ଓ ଖାଇବା ବ୍ୟବସ୍ଥା, ପ୍ରତିମାସର ୧୦ ତାରିଖ ମଧ୍ୟରେ ଦରମା ପ୍ରଦାନ,ESi ରୁ ବଞ୍ଚିତ ହେଉଥିବାରୁ ଓ ମେଡିକାଲ ସୁବିଧା ନ ମିଳିବାରୁ ତାର ସମାଧାନ, ପ୍ରତ୍ୟେକ ମାସରେ ସମସ୍ତ କର୍ମଚାରୀଙ୍କୁ ପେସ୍ଲିପ୍ ଦେବା ,,ବିନା କାରଣରେ କର୍ମଚାରୀଙ୍କୁ ବାହାର କରିବା କିମ୍ବା ଦଣ୍ଡ ବନ୍ଦ କରିବା,ନୋଟିସ୍ ବୋର୍ଡରେ ସମସ୍ତ କମ୍ପାନୀର ଲେଖା ଓଡ଼ିଆରେ ଲେଖିବା ପ୍ରମୁଖ ଦାବୀ ଉପସ୍ଥାପନା କରିଥିଲେ ।ଏସଂପର୍କରେ କମ୍ପାନୀର ଡେପୁଟି ମ୍ୟାନେଜର ଅନିଲ୍ ଦାସଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l

Leave a Reply

Your email address will not be published. Required fields are marked *