ଅଚାନକ ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ
ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଅଚାନକ ସଦର ମୁଖ୍ୟ ଚିକିତ୍ସାଳୟକୁ ଗ୍ରସ୍ତ କରିବା ସହ ରୋଗୀ ସେବା କିପରି ଚାଲିଛି ତାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ସର୍ବଦା ରୋଗୀ ସେବାକୁ ନେଇ ଚର୍ଚ୍ଚାରେ ରହି ଆସିଥିବା ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାପାଳ ବହିଃବିଭାଗ, ଟିକେଟ କାଉଣ୍ଟର, ନିରାମୟ କେନ୍ଦ୍ର ପରିଦର୍ଶନ କରିବା ସହ ଚିକିତ୍ସା ବ୍ୟବସ୍ତା ନେଇ ରୋଗୀ ମାନଙ୍କ ସହ ଆଲୋଚନା କରିଥିଲେ । ଚିକିତ୍ସା ଅବହେଳାକୁ ନେଇ ବାରମ୍ବାର ଅଭିଯୋଗ ପରେ ଜିଲ୍ଲାପାଳ ଡାକ୍ତରଖାନାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି ।
