ବ୍ଲକ ର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଆଜି ସମଗ୍ର ବିଶ୍ଵ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ରେ ମଧ୍ୟ ବ୍ଲକ ପ୍ରଶାସନ ପକ୍ଷରୁ ବିଜୁ କଲ୍ୟାଣ ମଣ୍ଡପ ଠାରେ ଶୁକ୍ରବାର ସକାଳ ୭ ଟା ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। କାର୍ଯ୍ୟକ୍ରମ ରେ ବିଡ଼ିଓ ଅକ୍ଷୟମିତା କାର୍ତ୍ତିକ, ତହସିଲଦାର ଚନ୍ଦନ କୁମାର ନାୟକ , ଯୋଗ ଦେଇ ଯୋଗ ହେଉଛି ଭାରତୀୟ ଦର୍ଶନ ଓ ଜ୍ଞାନପୁଞ୍ଜି ର ଏକ ଅନୁଭୂତିସିଦ୍ଧ ବିଭବ।ଯୋଗ କେବଳ ଆସନ, ପ୍ରାଣାୟମ, ଏବଂ ବ୍ୟାୟାମ ନୁହଁ।ଏହା ଏକ ସୁସ୍ଥ ଓ ସମାହିତ ଜୀବନ ଶୈଳୀ।ଯୋଗ ବ୍ୟକ୍ତି ର ମାନସିକ ଓ ଶାରୀରିକ ସନ୍ତୁଳନ ରକ୍ଷା କରିବା ସହ ତାର ରୋଗ ପ୍ରତିରୋଧକ ଶକ୍ତି ଓ କାର୍ଯ୍ୟ ଦକ୍ଷତା ବଢ଼ାଇଥାଏ।ଯୋଗ କରିବା ଦ୍ୱାରା ସୁସ୍ଥ ଓ ଆତ୍ମବଳ ବୃଦ୍ଧି ନିରାମୟ ଜୀବନ ର ମୂଳ ମନ୍ତ୍ର ବୋଳି ପରାମର୍ଶ ଦେବା ସହ ଯୋଗ ପ୍ରଶିକ୍ଷଣ ଦେଇଥିଲେ।କାର୍ଯ୍ୟକ୍ରମ ରେ ବ୍ଲକ ର ସମସ୍ତ କର୍ମଚାରୀ,ମିଶନ ଶକ୍ତି ର ମହିଳା କର୍ମଚାରୀ, ସମସ୍ତ ସରପଞ୍ଚ, ପିଇଓ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ କୁ ସମାଜସେବି ଶ୍ୟାମ ସୁନ୍ଦର ଅଗ୍ରୱାଲ ପରିଚାଳନା କରିଥିଲେ ସେହିପରି ଗୋଲାମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଓ ସର୍ବ ମଙ୍ଗଳା କଲେଜ ରେ ମଧ୍ୟ ପାଳନ କରାଯାଇଥିଲା।
