ପଞ୍ଚାୟତ ସମିତି ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
l ଜଟଣୀ:୨୧:0୬()ଶୁକ୍ରବାର ପଞ୍ଚାୟତ ସମିତି ଜଟଣୀ କାର୍ଯ୍ୟାଳୟ ପକ୍ଷରୁ “ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମରେ” ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଜୟନ୍ତୀ ଛୋଟରାୟ,ମଣ୍ଡଳ ଉନ୍ନୟନ ଅଧିକାରୀ ରଶ୍ମିତା ନାଥଙ୍କ ସମେତ ସମସ୍ତ ପଞ୍ଚାୟତ ସମିତି କର୍ମଚାରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ଯୋଗ କିପରି ମାନସିକ ଶାନ୍ତି ପ୍ରଦାନ ସହ ସକାରାତ୍ମକ ଚିନ୍ତାଧାରା ପ୍ରଦାନ କରିଥାଏ ଏବଂ ସୁସ୍ଥ ଓ ସନ୍ତୁଳିତ ଜୀବନ ଶୈଳୀକୁ ପ୍ରୋତ୍ସାହିତ କରିଥାଏ ସେ ବିଷୟରେ ମଣ୍ଡଳ ଉନ୍ନୟନ ଅଧିକାରୀ ଆଲୋଚନା କରିଥିଲେ । ଏତଦ୍ ବ୍ୟତୀତ ଯୋଗର ବିଭିନ୍ନ ଉପାଦେୟତା ଉପରେ ମଧ୍ୟ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।

ପୂର୍ବ ନିର୍ଧାରିତ ସୂଚୀ ଅନୁଯାୟୀ ପ୍ରାର୍ଥନା, ଯୋଗାସନ ଓ ଶାନ୍ତି ମନ୍ତ୍ର ପଠନ କରାଯାଇଥିଲା । ଯୋଗକୁ ଦୈନଦିନ ଜୀବନରେ ଗ୍ରହଣ କରିବାକୁ ସମସ୍ତେ ପ୍ରତିଜ୍ଞା କରିଥିଲେ ।ସର୍ବ ଶେଷରେ ସମସ୍ତ ଅଂଶ ଗ୍ରହଣ କାରୀଙ୍କୁ ପ୍ରସଂଶା ପତ୍ର ପ୍ରଦାନ କରାଯାଇଥିଲା ।
