ଜିଲ୍ଲା ସ୍ତରରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ
. ପତଞ୍ଜଳୀ ଯୋଗ ସମିତି ତରଫରୁ ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ରେ କୃଷ୍ଣଚନ୍ଦ୍ର ମହାନ୍ତି ଙ୍କ ତତ୍ତ୍ଵାବଧାନରେ ସଂକେତ ଆଇଟିଆଇ ପୂରଣ ଓଡ଼ାପଡ଼ା ରେ ତା21.06.2024 ରିଖ ପ୍ରାତଃ 5.30 ମିନିଟରେ ଯୋଗ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି. ଏଥିରେ ଯୋଗ ଶିକ୍ଷକ ଅତିନ୍ଦ୍ର ଦାସ ଯୋଗ ଏବଂ ପ୍ରାଣାୟାମ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ. ଯୋଗ କଲେ ମନୁଷ୍ଯ ନିରୋଗ ରହେ ବୋଲି ମତବ୍ୟକ୍ତ କରିଥିଲେ.

ଯୋଗ ଶିକ୍ଷକ ମଳୟ କୁମାର ପାଣି କହିଥିଲେ ଯେ ଯୋଗ ଅର୍ଥ ଯୁକ୍ତ ହେବା ପ୍ରକୃତ କ୍ଷେତ୍ରରେ ଯୋଗ ଏକ ମାଧ୍ୟମ ଯାହାଦ୍ଵାରା ମଣିଷ ଶରୀର, ଇନ୍ଦ୍ରିୟ, ମନ ଭାବନା ମଧ୍ୟରେ ସମନ୍ବୟ ରକ୍ଷା କରେ. ଯୋଗ ମଣିଷକୁ ମଣିଷ ପରି ତିଆରି କରିବା ସହିତ ସୁସ୍ଥ ସମାଜର ଜନେ ଉତ୍କୃଷ୍ଟ ଚେତନା ଓ ଉତ୍ତମ ଗୁଣର ମଧ୍ୟ ଅଧିକାରୀ କରିଥାଏ .ଯୋଗ ଦ୍ଵାରା ମଣିଷ ସୁସ୍ଥ, ନିରୋଗ,ଦୀର୍ଘାୟୁ ଜୀବନ ଯାପନ କରିଥାଏ .ଯୋଗ ଶିକ୍ଷକ ଆର୍ତ୍ତତ୍ରାଣ ଦାସ ଯୋଗଦେଇ କହିଲେ ଯେ ଯୋଗ ଦ୍ଵାରା ମଣିଷ ମାନସିକ ଶାନ୍ତି ପାଇବା ସହିତ ତାହାର ମାନସିକ,ଆଧ୍ୟାତ୍ମିକ ର ବିକାଶ ହେବ. ଏହି ଅବସରରେ ଯୋଗୀ ଭାଇ ରାମ ଚନ୍ଦ୍ର ସ୍ୱାଇଁ ,ବିକ୍ରମ ସାହୁ, ତ୍ରିନାଥ ସେଠୀ, ମଙ୍ଗୁଳି ମହାରଣା .ଯୋଗୀ ଭଉଣୀ ସୋନା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ.
