ଜଗତସିଂହପୁର ଜିଲ୍ଲାର ଧ୍ୟାନକୁଦ ସ୍ଥିତ ପ୍ରସିଦ୍ଧ ପଞ୍ଚଶଖା ପୀଠରେ ମହାପ୍ରଭୁଙ୍କର ପ୍ରସିଦ୍ଧ ସ୍ନାନ ଯାତ୍ରା ଅନୁଷ୍ଠିତ
।ଆଜି ସକାଳୁ ମହାପ୍ରଭୁଙ୍କର ମଙ୍ଗଳଆଳତୀ,ଅବକାଶ ନିତୀ,ଦ୍ୱାରପାଳ ପୂଜା ସହିତ ଅନ୍ୟାନ୍ୟ ପୂଜାବିଧି କରାଯିବା ପରେ ଚତୁର୍ଦ୍ଧା ମୁରତୀଙ୍କୁ ସ୍ନାନ ମଣ୍ଡପକୁ ପହଣ୍ଡିରେ ଅଣାଯାଇଥିଲା ।ପରେ ସେବାୟତମାନଙ୍କ ଦ୍ୱାରା ୧୦୮ ଗରା ଜଳରେ ଚତୁର୍ଦ୍ଧା ମୁରତିଙ୍କୁ ସ୍ନାନ କରାଇବା ପରେ ହାତୀ ବେଶରେ ସୁସଜ୍ଜିତ କରାଯାଇଥିଲା ।ଏହି ସ୍ନାନ ଯାତ୍ରା ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ ।
