ଧର୍ମଶାଳା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ ଗୃହ ଉଦ୍ଘାଟନ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ସାମ୍ନାନିତ କାର୍ଯ୍ୟକ୍ରମ

ଧର୍ମଶାଳା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ ଗୃହ ଉଦ୍ଘାଟନ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ସାମ୍ନାନିତ କାର୍ଯ୍ୟକ୍ରମ l ଯୋଗଦେଲେ ବିଧାୟକ ଓ ସାଂସଦ l ଧର୍ମଶାଳା :() ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଆଜି ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଓ ଯାଜପୁର ସାଂସଦ ରବି ନାରାୟଣ ଦେହେରା ଯୋଗଦେଇ ସ୍ୱାସ୍ଥ୍ୟ କେନ୍ଦ୍ର ର କିଛି ନୂତନଗୃହକୁ ଶୁଭ ଉଦ୍ଘାଟନ କରିବାସହ କିଛି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ କର୍ମୀଙ୍କୁ ସାମ୍ନାନିତ କରିଥିଲେ l ଧର୍ମଶାଳା ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟକ ଓ ସାଂସଦ l ଧର୍ମଶାଳା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରଥମଥର ପାଇଁ ଯୋଗଦାନ କରିଥିବାରୁ ଧର୍ମଶାଳା ବଜାରରୁ ତାଙ୍କୁ ଶହ ଶହ ସମର୍ଥକ ବାଜା ବଜାଇ ଓ ବାଣ ଫୁଟାଇ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପାଛୋଟି ଆଣିଥିଲେ l ବିଧାୟକ ଭାଷଣ ମାଧ୍ୟମରେ କହିଥିଲେ ଯେ ଲୋକଙ୍କୁ ଆନୁସଙ୍ଗିକ ବ୍ୟବସ୍ଥା ଯୋଗେଇ ଦେବା ପାଇଁ ମୁଁ ପ୍ରତିଶୃତି ବଦ୍ଧ…l ଧର୍ମଶାଳା ଗୋଷ୍ଟିକେନ୍ଦ୍ର ହେବ ଲୋକମାନଙ୍କର ପ୍ରାଣ କେନ୍ଦ୍ର ପୁର୍ବରୁ ଅନିୟମିତତା କରୁଥିବା ଧର୍ମଶାଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଯାହା ଲୁଣ୍ଠନ ହୋଇଛି ଓ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଯୋଉ କମିଟି ଗଠନ ହୋଇଥିଲା ସେମାନେ ଗୋଟିଏ ଗୋଟିଏ ଚୋର l ସେମାନଙ୍କୁ ତୁରନ୍ତ ଧରାଯିବ ଓ ସରକାର ସମ୍ପତି କୁ ହଡପ କରିଥିବା ଚୋର ମାନଙ୍କୁ ଧରାଯାଇ ଜେଲ ର ବ୍ୟବସ୍ତା କରା ଯିବା ସହ ଏକ ଶିକ୍ଷିତ ଗୋଷ୍ଠୀ ଗଠନ କରାଯିବ l ଏହା ଛଡା ବିଧାୟକ ଭାଷଣ ମାଧ୍ୟମରେ କହିଥିଲେଯେ ସବୁଠାରୁ ଲଜ୍ୟାଜନକ କଥା ହେଉଛି ବିଜେଡି ସରକାର ୩ବର୍ଷ ଶାସନ କଲେ ସୁଦ୍ଧା ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ରେ ୧୪ ଟି ଡାକ୍ତର ନିଯୁକ୍ତି ରହିବା କଥା କିନ୍ତୁ ୩ ଟି ଡାକ୍ତର ନିଯୁକ୍ତି ଅଛନ୍ତି ଏକଥା ସେମାନଙ୍କ ନିକଟରେ ସୂଚନା ନାହିଁ କହି ସେମାନଙ୍କୁ ତାଚ୍ଛଲ୍ୟ କରିଥିଲେ l ଏହାଛଡା ଏଠାରେ ମିଛ କମିଟି ଗଠନ କରି ସନ୍ଧ୍ୟା ହେଲେ ଉପରେ ମହଲ୍ଲାରେ ମଦର ଆଶର ଜମାଉଥିଲେ l ଏହା ଧର୍ମଶାଳା ବାସୀ କେବେବି ବରଦାସ୍ତ କରିପାରିବେନାହିଁ l ବହୁତ ଶୀଘ୍ର ଏହି ସ୍ୱାସ୍ଥ୍ୟ କେନ୍ଦ୍ର ର ନବୀକରଣ, ଲିକାମାନଙ୍କ ଅନୁସଙ୍ଗିକ ଉପକରଣ ଯୋଗାଇ ଦେବାସହ ସମସ୍ତ ଡାକ୍ତର ଯୋଗାଇ ଦେବାପାଇଁ ପ୍ରତିଶୃତି ଦେଇଥିଲେ l

ଧର୍ମଶାଳା ରୁ ଈଶ୍ୱର ଚନ୍ଦ୍ର ବାରିକ ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *