ଜଗନ୍ନାଥ
ହେ ଜଗନ୍ନାଥ, ଜଗତର ନାଥ
ପ୍ରଭୁ ନିଳାଦ୍ରୀ ବିହାରୀ
ନୀଳାଚଳ ଧାମେ ଭକତ ଙ୍କ ପାଇ
ଘେନୁଅଛ ଯେ ଗୁହାରି।
ଓଡ଼ିଶା ରାଇଜେ ଓଡିଆ ଙ୍କ ପାଇଁ
ଗୁଣ୍ଡିଚା ମନ୍ଦୀର ଯାଇ
ସମସ୍ତ ଙ୍କ ଦୁଃଖ ବୁଝୁଛ ହେ ସାଇ
ଦରଦୀ ହୃଦୟ ହୋଇ।
ଏତିକି ବିନତି କରୁଛି ହେ ପ୍ରଭୁ ଦିଅ ଆଶିଷ ଆମକୁ
ତୁମ ହୃଦୟରେ ସ୍ଥାନ ଦେବ ପ୍ରଭୁ
ଆମ ଅନ୍ତିମ କାଳକୁ।

ହରିହର ସାହୁ
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ
