ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ର ସଂପାଦନା ମଣ୍ଡଳୀ ଆଭାସୀ ବୈଠକ
ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ର ସଂପାଦନା ମଣ୍ଡଳୀ ଆଭାସୀ ବୈଠକ ଆଭାସୀ ମାଧ୍ୟମରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ର ବୈଠକ “ସାଧାନା ରୁ ସିଦ୍ଧି”ପୁସ୍ତକ ପାଇଁ ଜୁନ୍ ମାସ ବାଇଶି ତାରିଖ ରାତ୍ର ନଅ ଟା ସମୟରେ ସଂପାଦନା ମଣ୍ଡଳୀ ସଦସ୍ୟ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଅଛି। ସମସ୍ତ ସଦସ୍ୟ,ସଦସ୍ୟା ମାନେ ନିଷ୍ଠାର ସହିତ କାର୍ଯ୍ଯ ଜୁଲାଇ ମାସପାଞ୍ଚ ତାରିଖ ସୁଦ୍ଧା ସମାପନା କରିବା ପାଇଁ ନିଷ୍ପତି ନିଆଯାଇଥିଲା। ବୈଠକରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ, ସାଧାରଣ ସମ୍ପାଦକ ଈଶ୍ୱର ଚନ୍ଦ୍ର ନାୟକ, ଉପସଭାପତି କୃଷିଦା ବେଗମ୍, ରାଧା ଶ୍ୟାମ ପଣ୍ଡା, ସମ୍ପାଦନା ମଣ୍ଡଳୀ ସଦସ୍ୟ, ଡଃ ପ୍ରଦୀପ କୁମାର ମିଶ୍ର ଓ ପବିତ୍ର ମୋହନ ଦାସ ଆଲୋଚନା ରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ। ପରବର୍ତ୍ତୀ ବୈଠକ ଜୁଲାଇ ମାସପାଞ୍ଚ ତାରିଖ ରେ ହେବ ବୋଲି ସଭାରେ ସ୍ଥିରୀକୃତ ହେଇଥିଲା।
