ଅଧୁରା ପ୍ରେମ
ଜାଣିଛି ତୁମେ ମୋର ନୁହଁ,
ତଥାପି ତୁମକୁ ଭଲ ପାଇବା ଦେବା ରେ ମୁଁ କେବେ ଉଣା କରିନି।
ଜାଣିଛି ତୁମେ ମୋର ନୁହଁ,
ଆଜି ନହଲେ କାଲି ତୁମେ ମତେ ଏକା କରି ଚାଲିଯିବ,ତଥାପି ତୁମକୁ ଭଲ ପାଇବା ଦେବା ରେ ମୁଁ କେବେ ଉଣା କରିନି।
ଜାଣିଛି ତୁମେ ମୋର ନୁହଁ,ତୁମ ସହ କିଛି ମୁହୂର୍ତ୍ତ ର
ଖୁସି ମତେ ସାରା ଜୀବନ ଦୁଃଖ ଦବ,
ତଥାପି ତୁମକୁ ଭଲ ପାଇବା ଦେବା ରେ ମୁଁ କେବେ ଉଣା କରିନି।
ଜାଣିଛି ଦିନେ ମୋ ହାତ ଛାଡି ତୁମେ ଆଉ କାହା ହାତ ଧରି ଚାଲିଯିବ,ତଥାପି ତୁମକୁ ହରେଇବା ର ଦୁଃଖ ମୋର ନାହିଁ,କାରଣ ମୁଁ ତ ଜାଣିଛି କି
ତୁମେ ମୋର ନୁହଁ।।

ରିପୋଟର -ହିମାନ୍ଦ୍ରି ମେହେର (ମିନୁ )
