ଭଦ୍ରକରେ ବୁଲିଲା ବୁଲଡୋଜର : ବେଆଇନ ଘର ଭାଙ୍ଗିଲା ପ୍ରଶାସନ

: ଭଦ୍ରକ ପୁରୁଣା ବଜାର ଥାନା ନିକଟସ୍ଥ ସନ୍ଥିଆ ପୋଲ ନିକଟସ୍ଥ ସରକାରୀ ଜାଗାରେ ବେଆଇନ ଭାବେ ନିର୍ମାଣ କରା ଯାଉଥିବା ଘର ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଲିଲା ବୁଲଡୋଜର। ସ୍ଥାନୀୟ ଗ୍ରାମବାସୀ ଗତ ମେ ୬ତାରିଖରେ ପ୍ରଶାସନକୁ ଏ ସଂପର୍କରେ ଲିଖିତ ଅଭିଯୋଗ କରିଥିଲେ। ନିର୍ବାଚନ ଆଚରଣ ବିଧି ଉଠିବା ପରେ ଆଜି ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ତହସିଲଦାରଙ୍କ ଉପସ୍ଥିତିରେ ସିଟି ଡ଼ିଏସପି, ଆଇଆଇସି, ପୌରପାଳିକା କର୍ମଚାରୀଙ୍କ ଉପସ୍ଥିତିରେ ବେଆଇନ ଭାବେ ନିର୍ମାଣ କରା ଯାଉଥିବା ଘର ସବୁ ଭାଙ୍ଗି ଦିଆ ଯାଇଛି।ସେହିପରି ଆଗକୁ ଭଦ୍ରକ ସହରରେ ନିର୍ମିତ ବିଭିନ୍ନ ବେଆଇନ ଘର ଓ ଦୋକାନ ଉପରେ ମଧ୍ୟ ଏଭଳି କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି କହିଛନ୍ତି ଭଦ୍ରକ ତହସିଲଦାର ସଗ୍ରାମ କେଶରୀ ଖୁଣ୍ଡିଆ।

Leave a Reply

Your email address will not be published. Required fields are marked *