ଜିଲ୍ଲା ରେ ମାଟ୍ରିକ ଏ୧ ଗ୍ରେଡ ପାଇଥିବା ୧୧୬ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯିବ

ପୁରୀ,୨୪ ଜୁନ -ପୁରୀ ଜିଲ୍ଲା ସ୍କୁଲ ଠାରେ ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ଅଭିଜ୍ଞ ଶିକ୍ଷକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ,ମଣ୍ଡଳ ଶିକ୍ଷାଧିକାରୀ ଓ ଜିଲ୍ଲାର ଅତିରିକ୍ତ ଶିକ୍ଷାଧିକାରୀ ମାନଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୀ ଜିଲ୍ଲାର ପ୍ରତ୍ୟେକ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ଏନ୍-ରୋଲ୍- ମେଣ୍ଟ୍ କରିଥିବା ଛାତ୍ରଛାତ୍ରୀ କିପରି ପରୀକ୍ଷାରେ ଶତ ପ୍ରତିଶତ ଉତ୍ତୀର୍ଣ୍ଣ ହେବେ ଓ ଏନ୍- ରୋଲ୍- ମେଣ୍ଟର ୧୦ ପ୍ରତିଶତ ଏ -୧ ପାଇବେ , ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯାଇ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଥିଲା । ଏହା ପୂର୍ବରୁ ଏଥିପାଇଁ ତିନି ଗୋଟି ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା |

ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇ ଏକ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ସରିଥିଲା। ତାହାର ଆଜି ଶେଷ ରୂପରେଖ ପ୍ରସ୍ତୁତ ହୋଇଛି । ଆସନ୍ତା ୨୭ ତାରିଖ ରେ ଜିଲ୍ଲାର ସମସ୍ତ ପ୍ରଧାନ ଶିକ୍ଷକ ମାନଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯିବ । ସେଥିରେ ଏ ସମ୍ପର୍କରେ ଅବଗତ କରାଯିବା ସହ ଏବର୍ଷ ମାଟ୍ରିକ ପରୀକ୍ଷାରେ ଜିଲ୍ଲାରୁ ଏ୧ ଗ୍ରେଡ ରେ କୃତିତ୍ଵର ସହ ଉତ୍ତୀର୍ଣ୍ଣ ହୋଇଥିବା ସମୁଦାୟ ୧୧୬ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯିବ। ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ ଏଥିରେ ସଭାପତିତ୍ବ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମମତା ମିଶ୍ର ଓ ହିମାଂଶୁ ଭୂଷଣ ସମରଥ , ପୁରୀ ଜିଲ୍ଲା ସ୍କୁଲ୍, ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ମିଶ୍ର, ବିଶ୍ବମ୍ବର ବିଦ୍ୟାପୀଠର ପ୍ରଧାନ ଶିକ୍ଷୟତ୍ରୀ ଶୁଭଶ୍ରୀ ଦାସ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ଅ‍ଂଶ ଗ୍ରହଣ କରିଥିଲ |

Leave a Reply

Your email address will not be published. Required fields are marked *