ଜଳକା ରେଳ ପୋଲ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ବସ୍ତା,୨୪।୬():ସୋମବାର ଦକ୍ଷିଣ ପୂର୍ବ ରେଳବାଇର ବସ୍ତା ଓ ନୂଆଗାଁ ମୟୁରଭଞ୍ଜ ରୋଡ଼ ଷ୍ଟେସନ ମଧ୍ୟରେ ଜଳକା ନଦୀ ପୋଲ ଉପରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।ସୂଚନାରୁ ପ୍ରକାଶ ଯେ ଯୁବକ ଜଣକ ହେଲେ ବସ୍ତା ଥାନା ମେଳକ ଗାଁର ପ୍ରତାପ ନାୟକଙ୍କ ପୁଅ ଦେବାଶିଷ (୨୪ ବର୍ଷ)।ସେ ଗତ କାଲି ରାତିରେ କୁଆଡେ ସ୍ଥାନୀୟ ଅଞ୍ଚଳରେ ହେଉଥିବା ଯାତ୍ରା ଦେଖିବାକୁ ଯାଇଥିଲେ।ତେବେ ତାଙ୍କର ମୃତ ଦେହ ଅପ ଲାଇନରେ ପଡିଥିବା ଦେଖିବାକୁ ମିଳିଥିଲା।ମୃତ୍ୟୁ ସଠିକ କାରଣ ଜଣାପଡିନାହିଁ।ରେଲବାଇ ପୁଲିସ ଘଟଣା ସ୍ଥଳରୁ ଶବ ଜବତ କରି କେଶ ନଂ ୪୯/୨୦୨୪ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି।

Leave a Reply

Your email address will not be published. Required fields are marked *