ଗାଁ କୁ ନାହିଁ ରାସ୍ତା ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ।
କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସୁଗଡ଼ବାଡ଼ି ଗ୍ରାମ ପଞ୍ଚାୟତ ରାଡ଼ାବାଲି ଗ୍ରାମର ଏହି ଦୃଶ୍ୟ। ବନ୍ଧସାହି ଛକ ରାସ୍ତା ଠାରୁ ଗାଁ କୁ ପାଖାପାଖି ୩ କିଲୋ ମିଟର ଯାହାକି ଅତ୍ୟନ୍ତ ଶୋଚନିୟ ଅବସ୍ଥା ରେ । ପକା ରାସ୍ତା ଖଣ୍ଡିଏ ପାଇବା ସକାଶେ 2018 ମସିହା ଠାରୁ ସରକାର ଙ୍କୁ ବାରମ୍ବାର ଅଭିଯୋଗ କରିବା ସତ୍ୱେ ଆଜି ପର୍ଯ୍ୟନ୍ତ ରାସ୍ତା ଖଣ୍ଡିଏ ନିର୍ମାଣ ହୋଇ ପାରିଲା ନାହିଁ ।ବିଭିନ୍ନ ସମୟ ରେ ପିଲା ଙ୍କ ପାଠ ପଢିବା ହେଉ କି ବଜାର ସଉଦା ନିମନ୍ତେ ହେଉ ଏହି ରାସ୍ତା ଏକ ମାତ୍ର ଭରଷା।ସବୁ ଦୁଃଖ କଷ୍ଟ କୁ ମୁଣ୍ଡ ପାତି ସହି ଆସୁଥିବା ବେଳେ କିନ୍ତୁ ଆଜି ଏହି ଦୁଃଖ ମନ କୁ ଦୋହଲେଇ ଦେଲା। ଆଜି ଯେତେବେଳେ ସୁରଥି ପ୍ରଧାନ ଙ୍କ ଦେହ ହଠାତ ଖରାପ ହେବାରୁ ସେ ବେହୋସ ହୋଇଯାଇଥିଲେ କିନ୍ତୁ ରାସ୍ତା ନ ଥିବା କାରଣ ରୁ ଆମ୍ବୁଲାନ୍ସ ଯିବା ସମ୍ଭବ ନ ଥିଲା ଯାହାରି ଫଳ ରେ ପ୍ରାୟ ୩ କିଲୋମିଟର ଦୂର କିଛି ଉପାୟ ନ ପାଇ ଗାଁ ଲୋକ ଓ ସମ୍ପର୍କିୟ ଙ୍କ ମିଳିତ ଉଦ୍ୟମ ରେ ଷ୍ଟ୍ରେଚରରେ ବୋହି ବୋହି ତାଙ୍କୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ନିଆ ଯାଇଥିଲା ଓ ପରେ ଆମ୍ବୁଲାନ୍ସ ଯୋଗେ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇ ଥିଲା.।ଏଠି ପ୍ରଶ୍ନ ଉଠୁଛି ଯେ ସରକାର ଙ୍କ ମାଳ ମାଳ ଯୋଜନା କାହା ପାଇଁ। ପ୍ରତ୍ୟେକ ଗ୍ରାମ କୁ ପକା ରାସ୍ତା ଯୋଜନା କଣ ଏହା କେବଳ କାଗଜ କଲମ ରେ କି ନା କେବଳ ଭୋଟ ରାଜନୀତି।
