ବୃକ୍ଷ ହିଁ ଜୀବନ


ଶୁଣ ସାଧୁଜନେ ଦେଇ ମନ କର୍ଣ୍ଣେ ବୃକ୍ଷ ର ଉପକାରିତା
ବୃକ୍ଷ ଲଗାଇଲେ ଜୀବନ ରହିବ ସମାଜ କୁ ଦିଅ ବାର୍ତ୍ତା।
ଗଛ ଦିଏ ଫଳ‌ ଗଛ ଦିଏ ଫୁଲ
ଗଛ ଦିଏ ‌ଅମ୍ଳଜାନ
ଗଛ ର ଶୀତଳ ଥଣ୍ଡା ପଵନ
ଆନନ୍ଦ କରଇ ମନ ।
ଗଛ ଲଗାଇବା ପୃଥିବୀ ରଖିବା ଜଗତ ବାସୀ ଙ୍କ ପାଇଁ
ସମସ୍ତ ଙ୍କ ମନେ ସୁଖ ଦେବା ଭାଇ ଜଗତ କଲ୍ୟାଣ ପାଇଁ।
ବନମହୋତ୍ସବ ପାଳନ କରିବା ଜଗତ ଜନକଙ୍କ ହିତେ
ଆସ ମିଳିମିଶି ଗଛ ଲଗାଇବା
ଆମ ଧରଣୀ ର ପୃଷ୍ଠେ।


ହରିହର ସାହୁ
ଇଲେଇଜଙ୍ଗ, ଗଁଦିଆ ଢେଙ୍କାନାଳ

Leave a Reply

Your email address will not be published. Required fields are marked *