ବନ୍ଧୁମିଳନ ଓ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜଗତସିଂହପୁର ଜିଲ୍ଲା ପୁରୁଣାଗଡ଼ ସ୍ଥିତ ବୀଣାପାଣି ହାଇସ୍କୁଲର ୧୯୮୮ ମସିହା ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବର ପ୍ରାରମ୍ଭରେ ଉକ୍ତ ସମୟର ଶିକ୍ଷାଦାନ କରୁଥିବା ଗୁରୁଜୀ ମାନଙ୍କୁ ଗୁରୁପୂଜନ କାର୍ଯ୍ୟ କରାଯାଇଥିଲା । ପରେ ପୁରାତନ ଛାତ୍ରଛାତ୍ରୀ ମାନେ ସ୍କୁଲ ସମୟର ଅନୁଭୂତି ବଖାଣିବା ସହିତ ବର୍ତ୍ତମାନ ନିଜ ନିଜର ପ୍ରତିଷ୍ଠା ବାବଦରେ କହିଥିଲେ । ଦୀର୍ଘ ବର୍ଷର ବ୍ୟବଧାନ ପରେ ପୁରୁଣା ବନ୍ଧୁ ମାନଙ୍କୁ ପାଖରେ ପାଇଁ ସମସ୍ତେ ଖୁବ ଆନନ୍ଦିତ ହେବା ସହିତ ଭାବ ବିହ୍ଵଳ ହୋଇଥିବାର ଦେଖାଯାଇଥିଲା । ବର୍ତମାନର ଗୁରୁଶିଷ୍ୟ କମରସିଆଲ ସମ୍ପର୍କ ହୋଇଥିବା ବେଳେ ସେ ସମୟର ଗୁରୁଶିଷ୍ୟ ପରମ୍ପରା ପବିତ୍ର ରହିଥିଲା । ଏହି ଭଳି ବନ୍ଧୁ ମିଳନ ଓ ଗୁରୁପୂଜନ କାର୍ଯ୍ୟକ୍ରମ କରାଗଲେ ସେହି ପୁରୁଣା ସମ୍ପର୍କ ଫେରି ଆସିବ ବୋଲି ଶିକ୍ଷକମାନେ କହିଥିଲେ ।

Leave a Reply

Your email address will not be published. Required fields are marked *