ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ଆଭାସି ବୈଠକ।

ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ଆଭାସି ବୈଠକ।ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ଙ୍କ ଅଧ୍ୟକ୍ଷତାରେ ଜୁନ ମାସ ତିରିଶି ତାରିଖ ରାତ୍ର ଆଠ ଘଟିକା ସମୟରେ ଆଭାସି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ସର୍ବ ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ଉଦେଶ୍ୟ ରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ବରିଷ୍ଠ ସଭ୍ୟା ବିବାସିନୀ ମିଶ୍ର ଧୂପ ଦୀପ ପ୍ରଦୀପ ଦେଇ ଭକ୍ତିପୂତ ଅର୍ଘ୍ୟ ଅର୍ପଣ କରିଥିଲେ। ରାଜ୍ୟ ଫୋରମ୍ ର ସାଧାରଣ ସମ୍ପାଦକ ଈଶ୍ୱର ‌ଚନ୍ଦ୍ର ନାୟକ ପୂର୍ବ ବୈଠକ ବୀବରଣୀ ପାଠ କରିଥିଲେ। ରାଜ୍ୟ କୋଷାଧ୍ୟକ୍ଷା ଡଃ ଗଙ୍ଗୋତ୍ରୀ ଦେବୀ ଆୟ ବ୍ୟୟ ବିବରଣୀ ଉପସ୍ଥାପନା କରିଥିଲେ।

ଏହାକୁ ସଭା ଅନୁମୋଦନ କରିଥିଲା। ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଓଡ଼ିଶା ଙ୍କୁ ଏକ ପ୍ରତନିଧି ସୈାଜନ୍ୟ ମୂଳକ ସାକ୍ଷାତ କରି ବିଦ୍ୟାଳୟ ର ସର୍ବାଙ୍ଗୀନ ବିକାଶ ନିମିନ୍ତେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ କାର୍ଯ୍ଯ କରିବା ପାଇଁ ନିଷ୍ପତି ନିଆଯାଇଥିଲା। ଆଗାମୀ ଦିନରେ ଏହି ପ୍ରତିନିଧି ଦଳ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସୁଧାର ଆଣିବା ପାଇଁ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ କାର୍ଯ୍ଯ କରିବା ପାଇଁ ଓଡ଼ିଶା ସରକାରଙ୍କ ନିକଟରେ ଅନୁରୋଧ କରିବି ପାଇଁ ନିଷ୍ପତି ନିଆଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ର ବରିଷ୍ଠ ସଭ୍ୟ ବିନୟ କୁମାର ପାଣି, ବରିଷ୍ଠ ସଭ୍ୟା ବିବାସିନୀ ମିଶ୍ର , ଉର୍ମିଳା ସାମଲ,ନିଳିମି କୁମାରୀ ସାହୁ,ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସୈାଭାଗ୍ୟ କୁମାର ପଟେଲ, ପବିତ୍ର ମୋହନ ଦାସ , ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ସ୍ବର୍ଣ୍ଣ ଲତା ତ୍ରିପାଠୀ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ତରଫରୁ ବିଭିନ୍ନ ସମସ୍ୟା ସମ୍ପର୍କିତ ମତାମତ ରଖିଥିଲେ। ସାଧାରଣ ସମ୍ପାଦକ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଜଗତର ନାଥ ଜଗନ୍ନାଥଙ୍କ ଉଦେଶ୍ୟ ରେ ମନ୍ତ୍ର ପାଠ ଶ୍ରୀମତୀ ମିଶ୍ର କରିବା ପରେ ସଭାପତି ଶ୍ରୀ ସାହୁ ସଭାକୁ ବିରତି ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *