ଭଦ୍ରକ ଜିଲ୍ଲାରେ ଲାଗୁହେଲା ନୂଆ ଅପରାଧିକ ଆଇନ
ହଟିଲା ବ୍ରିଟିଶ ଅମଳର ପୁରୁଣା ଫୌଜଦାରୀ ଆଇନ lIPC ବଦଳରେ କାର୍ଯ୍ୟକାରୀ ହେଲା ଭାରତୀୟ ନ୍ୟାୟ ସଂହିତା ଆଇନ lCRPC ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଆଇନ lଇଣ୍ଡିଆନ ଏଭିଡେନ୍ସ ଆକ୍ଟ ବଦଳରେ ଭାରତୀୟ ସାକ୍ଷ୍ୟ ଆଇନକୁ ସରକାର ସ୍ୱୀକୃତି ଦେଇଛନ୍ତି, ଯାହା ଆଜିଠାରୁ କାର୍ଯ୍ୟକାରୀ ହେଲା l

ଏଥିରେ ଅନେକ ସଂସ୍କାର ଓ ନ୍ୟାୟ ପାଇଁ ପଦକ୍ଷେପ ନିଆ ଯାଇଛି lଏହି ନୂତନ ଆଇନ ଦ୍ୱାରା ଲୋକେ ଦଣ୍ଡ ଅପେକ୍ଷା ଯେପରି ଶିଘ୍ର ନ୍ୟାୟ ପାଇ ପାରିବେ ସେ ଉପରେ ଗୁରୁତ୍ୱ ଦିଆ ଯାଇଛି lବୃଦ୍ଧା, ଶିଶୁ ଏବଂ ଦିବ୍ୟାଙ୍ଗ ଙ୍କୁ ଥାନାକୁ ଆସିବାକୁ ପଡିବ ନାହିଁ, ଜିରୋ FIR ଉପରେ ଗୁରୁତ୍ୱ I ଏହି ନୂଆ ଆଇନ ତର୍ଜମା କରି ଥିଲେ ଭଦ୍ରକ ଏସ୍ପି ,ସିଟି ଡିଏସପି , ଏକ ପ୍ରେସ ମିଟ ରେ ପ୍ରକାଶ କରିଥିଲେ ।
