କୋକସରା ଓ ଆମପାଣି ପୋଲିସ ପକ୍ଷରୁ ଆଇନ ସଚେତନତା ପରାମର୍ଶ ଶିବିର ଅନୁଷ୍ଠିତ
କୋକସରା ଓ ଆମପାଣି ପୋଲିସ ପକ୍ଷରୁ ଆଇନ ସଚେତନତା ପରାମର୍ଶ ଶିବିର ଅନୁଷ୍ଠିତ।କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ଓ ଆମପାଣି ଥାନା ପକ୍ଷରୁ ସୋମବାର ନୂତନ ଅପରାଧିକ ଆଇନ ର କାର୍ଯ୍ୟକାରିତା ଉପରେ ଏକ ସଚେତନତା ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। କୋକସରା ଥାନା ଆଇଆଇସି ରୋନିତା ପ୍ରଧାନ ଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମ ରେ କୋକସରା ଥାନାଞ୍ଚଲ ର ଆଇନଜୀବୀ,ସଚେତନ ନାଗରିକ, ଜନ ପ୍ରତିନିଧି, ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହିଥିବା ବେଳେ ଭାରତୀୟ ନ୍ୟାୟ ସଂହିତ ୨୦୨୩,ଭାରତୀୟ ନାଗରିକ ସଂହିତା ୨୦୨୩,ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ ରେ ରହିଥିବା ଆଇପିସି ଧାରା କୁ ପରିବର୍ତ୍ତନ କରି ବିଏନଏସ କରାଯାଇଛି ଓ ଏହି ଧାରା ରେ ଆସୁଥିବା ନିୟମ କାନୁନ ଉପରେ ଆଇଆଇସି ପ୍ରଧାନ ସଚେତନତା ସହ ପରାମର୍ଶ ଦେଇଥିଲେ। ସେହିପରି ଆମପାଣି ଥାନା ଅଧିକାରୀ ଗଙ୍ଗାଧର ମେହେର ଙ୍କ ତତ୍ୱାବଧାନ ରେ ଆମପାଣି ଥାନା ପରିସରରେ ନୂତନ ଅପରାଧିକ ଆଇନ ର କାର୍ଯ୍ୟକାରିତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ରେ ଆମପାଣି ଥାନାଞ୍ଚଳ ର ବୁଦ୍ଧିଜୀବୀ, ସଚେତନ ନାଗରିକ ଓ ଜନ ସାଧାରଣ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ଉଭୟ ଥାନା ର କର୍ମଚାରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ।
