ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ନାଗରିକ ସମ୍ବର୍ଦ୍ଧନା

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ନାଗରିକ ସମ୍ବର୍ଦ୍ଧନା।ନିମାପଡ଼ା, ୧/୭ ସୋମବାର ଅପରାହ୍ନରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି l ସିଭିଲି ସୋସାଇଟି ନିମାପଡ଼ା ପକ୍ଷରୁ ଟାଉନହଲ ଠାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ନିମାପଡ଼ାର ବିଭିର୍ଣ୍ଣ ଅନୁଷ୍ଠାନ ଏବଂ ସରକାରୀ ବେସରକାରୀ ଘରୋଇ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଥିଲା l ପ୍ରଥମେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ନିମାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଅଚାନକ ଗସ୍ତ କରିଥିଲେ l ସେଠାରେ ସିଧାସଳଖ ଛାତ୍ରୀଛାତ୍ର, ଶିକ୍ଷୟତ୍ରୀ ଶିକ୍ଷକ, କର୍ମଚାରୀ ଏବଂ ଖବରଦାତା ମାନଙ୍କ ସହିତ ମହାବିଦ୍ୟାଳୟର ସମସ୍ୟା ସମ୍ପର୍କରେ ଆଲୋଚନ କରିଥିଲେ l ମହାବିଦ୍ୟାଳୟର ଉନ୍ନୟନ କାର୍ଯ୍ୟରେ ପରିଚାଳନା କମିଟି ଅଯଥା ହସ୍ତକ୍ଷେପ କରୁଥିବା ସମସ୍ତେ ଅଭିଯୋଗ କରିଥିଲେ l ସମସ୍ତ ଅଭିଯୋଗକୁ ନୋଟ କରିବା ସହିତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ l ଅଭିଯୋଗ ଆଧାରରେ କଲେଜ କୌଣସି ପ୍ରକାର ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ l ଦୁର୍ନତି କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମତୀ ପରିଡ଼ା ଭାଷଣ ପ୍ରସଙ୍ଗରେ କହିଥିଲେ l କଲେଜର ପ୍ରିନସିପାଲ ଶ୍ରୀମତୀ ପୁଷ୍ପିତା ରାଜଗୁରୁ ଉପସ୍ଥିତ ଥିଲେ ଟାଉନ ହଲ ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାକୁ ପ୍ରଶାନ୍ତ ସାହୁ, ଆଇନଜିଵୀ ସୁଧୀର ମହାନ୍ତି, ଜୟଦେବ ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *