ପର୍ଯ୍ୟଟନ କାର୍ଯ୍ୟାଳୟରେ ବୃକ୍ଷ ରୋପଣ

ପୁରୀ ୨/୭ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ ଦ୍ଵାରା ପୁରୀ ପର୍ଯ୍ୟଟନ କାର୍ଯ୍ୟାଳୟ ପରିସରରେ ଆଜି ବୃକ୍ଷ ରୋପଣ କରାଯାଇଥିଲା।ସୁସ୍ଥ ଓ ସ୍ୱଛ ପରିବେଶ ପାଇଁ ବୃକ୍ଷ ର ଅବଦାନ ଅତୁଳନୀୟ।ଆମେ ଆଜି ସବୁଜ ଜଙ୍ଗଲ କାଟି କଂକ୍ରିଟ ଜଙ୍ଗଲ ରେ ବାସ କରୁଛନ୍ତି।ଯାହା ଜଳବାୟୁ ପରିବର୍ତ୍ତନ ସହ ବିବିଧ ସମସ୍ୟାମଣିଷ ସମାଜ ପାଇଁ ଟାଣି ଆଣୁଛି।ସେଥିପାଇଁ ପ୍ରଧାନମନ୍ତ୍ରୀ ମା ପାଇଁ ଗଛଟିଏ ପଦକ୍ଷେପ ପାଇଁ ଆହ୍ୱାନ ଦେଇଛନ୍ତି।

ବର୍ତ୍ତମାନ ବୃକ୍ଷ ରୋପଣ ସପ୍ତାହ ଚାଲୁଥିବାରୁ ପ୍ରତ୍ୟେକ ବୃକ୍ଷ ରୋପଣ କରିବାକୁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଆହ୍ଵାନ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ ଓ ପର୍ଯ୍ୟଟନ ବିଭାଗର ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଗତ ମାସ ୨୩ ତାରିଖରେ ଭୁବନେଶ୍ୱର ମିଶନ ଶକ୍ତି ଭବନରୁ ଆରମ୍ଭ ହୋଇଥିଲା। ମିଶନ ଶକ୍ତି ର ପ୍ରତ୍ୟେକ ମା ମାନେ ନିଜ ପରିବାର ରେ ଅନ୍ତତଃ ୫ ଟି ଲେଖାଏଁ ଗଛ ଲଗାଇବାକୁ ଶ୍ରୀମତୀ ପରିଡା ଅନୁରୋଧ କରିଥିଲେ।ଚଳିତ ବର୍ଷ ମିଶନ ଶକ୍ତି ମାଧ୍ୟମରେ ୨ କୋଟି ୫୦ ଲକ୍ଷ ବୃକ୍ଷ ରୋପଣ ର ଲକ୍ଷ୍ୟ ରଖାଯାଇଥିବା ବେଳେ ପର୍ଯ୍ୟଟନ ବିଭାଗର ସମସ୍ତ କର୍ମଚାରୀ ନିଶ୍ଚିତ ବୃକ୍ଷ ରୋପଣ କରିବାକୁ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଭାବେ ଶ୍ରୀମତୀ ପରିଡା ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *