ମୁଁ ଓଡିଆ ମୋର ଭାଷା ଓଡ଼ିଆ
ଓଡ଼ିଆ ଘରର ଖାଦ୍ୟ ଭାରି ବଢିଆ।
ପଖାଳ ଭାତକୁ ଶାଗ ଭଜା ବଢିଆ
ମଢି ସାଙ୍ଗେ ଭଲ ଲାଗେ ଖଣ୍ଡ ନଡ଼ିଆ
ମୁଁ ଓଡିଆ ମୋର ଭାଷା ଓଡ଼ିଆ।
ଓଡ଼ିଆ ଙ୍କ ଜଗନ୍ନାଥ କେତେ ବଢିଆ
ତାଙ୍କ ସଙ୍ଗେ ପୂଜା ପାଆନ୍ତି ଭାଇ ବଳିଆ
ମୁଁ ଓଡିଆ ମୋର ଭାଷା ଓଡ଼ିଆ।
ସୁଦର୍ଶନ, ସୁଭଦ୍ରା ସଙ୍ଗରେ ଥାଆନ୍ତି କାଳିଆ
ବଳରାମ ରହିଛନ୍ତି ସେହି ଭଳିଆ
ମୁଁ ଓଡିଆ ମୋର ଭାଷା ଓଡ଼ିଆ।
ବାରମାସରେ ତେର ପର୍ବ କେତେ ବଢିଆ
ପିଠାପଣା ରେ ଭାସନ୍ତି ସବୁ ଓଡିଆ।
ମୁଁ ଓଡିଆ ମୋର ଭାଷା ଓଡ଼ିଆ।
ଆନନ୍ଦ ବଜାରେ‌ ଖାଦ୍ୟ ଭାରି ବଢିଆ
ଆତ୍ମ ସନ୍ତୋଷ ପାଆନ୍ତି ସବୁ ଓଡିଆ
ମୁଁ ଓଡିଆ ମୋର ଭାଷା ଓଡ଼ିଆ।


ହରିହର ସାହୁ

ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ

Leave a Reply

Your email address will not be published. Required fields are marked *