ସ୍ୱାମୀ ବିବେକାନନ୍ଦଙ୍କ ଶ୍ରାଦ୍ଧ ଵାର୍ଷିକୀ ଅବସରରେ ଵୃକ୍ଷ ରୋପଣ

ବ୍ରହ୍ମପୁର/କୁକୁଡାଖଣ୍ଡି:-୦୪/୦୭ ସ୍ୱାମୀ ବିବେକାନନ୍ଦ ସେବା ସଂଘ ଆଙ୍କୁଶପୁର ଆନୁକୂଲ୍ୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତେବେ ବିଶ୍ୱବିଜୟୀ ଅଜାତଶତ୍ରୁ ସ୍ୱାମୀ ବିବେକାନନ୍ଦଙ୍କର ପବିତ୍ର ଶ୍ରାଦ୍ଧ ଵାର୍ଷିକୀ ଅବସରରେ ଆଙ୍କୁଶପୁର ଗ୍ରାମ୍ୟ ରାସ୍ତାର ଦୁଇ କଡ଼ରେ କିଛି ଔଷଧିୟ ବୃକ୍ଷ ରୋପଣ କରାଯାଇଛି। ତେବେ ବନ ମହୋତ୍ସବ ସପ୍ତାହ ପାଳନ ସହିତ ସ୍ୱାମୀଜୀ ଉଦ୍ଧେଶ୍ୟରେ ଏହି କାର୍ଯ୍ୟକ୍ରମ ହାତକୁ ନେଇ ଆଗାମୀ ଦିନ ମାନଙ୍କରେ ସାମୁହିକ ଭାବରେ ଏହି ଵୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ପରିବ୍ୟାପ୍ତ କରି ଗାଁ ଆଖ ପାଖ ପୋଖରୀ ହୁଡା କେନାଲ ହୁଡା ଅନାବାଦୀ ଜାଗା ମାନଙ୍କର ଶତାଧିକ ଵୃକ୍ଷ ରୋପଣ କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ନିଷ୍ପତି ନିଯାଇଛି।

ତେବେ ଆଜିର କାର୍ଯ୍ୟକ୍ରମ ସଙ୍ଘ ସଭାପତି ଶ୍ରୀ ଅନିଲ କୁମାର ଚୌଧୁରୀ ସମ୍ପାଦକ ଡ଼ଃ. ସନ୍ୟାସୀ ମହାରଣାଙ୍କ ପୌରହିତ୍ୱରେ ଅୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡା. ବିମଲ କୁମାର ପଣ୍ଡା, ବିଶିଷ୍ଠ ପ୍ରକୃତି ପ୍ରେମୀ ଶ୍ରୀ ବନମାଳୀ ପ୍ରଧାନ, ସମାଜସେବୀ ନରସିଂହ ସାହୁ, ଆଙ୍କୁଶପୁର ସରପଞ୍ଚ ଶ୍ରୀ ମୁରଲୀ ସେଠି, ସମିତି ସଭ୍ୟ ପ୍ରତିନିଧି ଶ୍ରୀ ସୁରେଶ ସେଠି, ଶ୍ରୀ ଇ . ନାଗେଶ୍ୱର ରାଓ, ଜି . ଜାନକୀ ରାଓ ଉପସ୍ଥିତ ଥିଲେ। ତେବେ ସଂଘର କର୍ମକର୍ତା ଏସ . ଶ୍ୟାମ ସୁନ୍ଦର ରାଓ, ମିଟୁ ସାହୁ, ସୁକାନ୍ତ କୁମାର ସାହୁ, ବି . ଶ୍ରୀନିବାସ ରାଓ, ପି . ପୁରୁଷୋତ୍ତମ, ସଞ୍ଜୟ କୁମାର ସାହୁ, ସନ୍ତୋଷ କୁମାର ବେହେରା ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଗାମୀ ଦିନରେ ସଙ୍ଘ ତରଫରୁ ଏକ ହଜାର ବୃକ୍ଷ ସଂଗ୍ରହ କରି ତାର ରକ୍ଷଣାବେକ୍ଷଣ ସହିତ ଏକ ସୁନ୍ଦର ସବୁଜିମା ସୃଷ୍ଟି ଦିଗରେ ବହୁବିଧ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ନିଷ୍ପତ୍ତି ନିଆଯାଇଛି।

Leave a Reply

Your email address will not be published. Required fields are marked *