ମୋର ପାଗଲ…
ଦୂରେଇ ରହିବାକୁ ଚାହୁଁଛି ଯେତେ
ସାମ୍ନାରେ ଆସିତୁ ଯାଉଛୁ ସେତେ
ତୋ ଭଲପାଇବା ମୋତେ କି ଅଛପା
ଅଭିନୟ କାହିଁ କରୁତୁ ଏତେ।।
ଜୀବନକୁ ମୋର ଉତ୍ସର୍ଗ କରିଚି
ମରିବାକୁ ଡର ନାହିଁ ବି ମୋତେ
ଅଟକି ଯାଉଚି ପାଦ ଆପେ ଆପେ
ପରିବାର ମୋହ ଛାଡୁନି ମୋତେ।।
ଆଶା ଦେଇଥିଲୁ ପୁରା ବି କରିଲୁ
ଦେଇ ମୋତେ ରାଜ ଉଆସ
ସାଥି ବିନା ଗତି ଦେଖିଛୁ କଉଠି
କଷ୍ଟ ଦେଇ ମୋତେ କଲୁ ନିରାଶ…….

ହିମାନ୍ଦ୍ରି ମେହେର(ମିନୁ )
