ସାବଧାନ : ଗୋଲାମୁଣ୍ଡା ବ୍ଲକକୁ ପଶିଛି ନକଲି ସାମ୍ବାଦିକ
ନକଲି ବୁମର ସାହାରା ନେଇ ଶିକ୍ଷକ ମାନଙ୍କୁ ମାଗୁଛନ୍ତି ଟଙ୍କା। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକକୁ ଜୁନାଗଡ଼ ବ୍ଲକର ସାମ୍ବାଦିକ ବିମଲ ଚନ୍ଦ୍ର ଶତପଥୀ ନିଜକୁ ବିୟୁରୋଚିପ କହି ଅନେକ ସ୍କୁଲକୁ ଆସି ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଡରେଇ ଟଙ୍କା ନେଇଥିବା ନେଇ ଶିକ୍ଷକ ମାନେ ଅଭିଯୋଗ କରିଛନ୍ତି । ବିମଲ ଚନ୍ଦ୍ର ଶତପଥୀ କେଗାଁ ଚୂନଭାଟିପଡା ନୂତନ ପ୍ରାଥମିକ ବିଦ୍ୟାଳୟ ଯାଇ ଶିକ୍ଷକ ଗୁରୁଦେବ ଭୋଇ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଠାରୁ ୫୦୦ ଟଙ୍କା ଆଣିଥିଲେ । ପରେ ନୂଆଗାଁ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ବିଶ୍ଵମିତ୍ରା ଜେନାଙ୍କ ଠାରୁ ୨୦୦ ଟଙ୍କା, ବଳଭଦ୍ର ପିଟା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ୟାମ ଜାଲଙ୍କ ଠାରୁ ୨୦୦ଟଙ୍କା, ବାଗଦୋରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କ ଠାରୁ ୨୦୦ ଟଙ୍କା ଆଣିଥିଲେ । ସେହିଭଳି କେଗାଁ ନୋଡାଲ ସ୍କୁଲ ଓ ନୂଆଗାଁ ପ୍ରାଥମିକ ବିଦ୍ୟାଳୟକୁ ଯାଇ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନକଲି ବୁମ ଦେଖାଇବା ସହିତ ଡରେଇକି ଟଙ୍କା ମାଗୁଥିଲେ । ଏହି ଶିକ୍ଷକମାନେ ଟଙ୍କା ନ ଦେବାରୁ ତାଙ୍କ ସ୍କୁଲ ନାମରେ ତାଙ୍କ ନ୍ୟୁଜ କରିଥିଲେ । ବର୍ତ୍ତମାନ ବିମଲଚନ୍ଦ୍ର ଶତପଥୀ ଖୋଲିଥିବା ୟୁଟୁବ ଚ୍ୟାନାଳ ସରକାରୀ ସ୍ୱୀକୃତି ପ୍ରାପ୍ତ ନା ନିଜେ ଚାନ୍ଦା ମାଗିବା ପାଇଁ ସାମ୍ବାଦିକର ପରିଚୟ ଦେଇ ଟଙ୍କା ମାଗୁଛନ୍ତି । ଏନେଇ ପ୍ରଶାସନ ମଧ୍ୟ କିଏ ଅସଲି କିଏ ନକଲି ସାମ୍ବାଦିକ ଚିହ୍ନଟ କରୁନାହାନ୍ତି । ଯାହା ଫଳରେ ବିମଲ ଚନ୍ଦ୍ର ଶତପଥୀ ଭଳି ଅନେକ ନକଲି ସାମ୍ବାଦିକ ନକଲି ବୁମ ଧରି ସ୍କୁଲ, କଲେଜ, ଅଙ୍ଗନବାଡ଼ି କେନ୍ଦ୍ର, ସରକାରୀ ବେସରକାରୀ ଅଫିସକୁ ଯାଇ ଡ଼ରାଇ ଟଙ୍କା ଆଦାୟ କରୁଛନ୍ତି । ଏନେଇ ଗୋଲାମୁଣ୍ଡା ବ୍ଲକ ଜନ କଲ୍ୟାଣ ସାମ୍ବାଦିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଓ ଉକ୍ତ ସଂପର୍କରେ ଆଲୋଚନା କରିବା ସହ କଳାହାଣ୍ଡି ଜିଲ୍ଲା ପାଲ ଓ ସୁଚନା ଅଧିକାର ଭବାନୀ ପାଟଣା ଙ୍କ ଦୃଷ୍ଟି ଆକର୍ଷଣ ନେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଆଜିକାର ବୈଠକରେ ଆଲୋଚନା ହୋଇ ଥିଲା, ଗୋଲାମୁଣ୍ଡା ବ୍ଲକ କୁ ଅନ୍ୟ ବ୍ଲକର ସାମ୍ୱାଦିକ ମାନେ ଆସୁଥିବା ବେଳେ ଗୋଲାମୁଣ୍ଡା ଓ କେ ଗାଁ ପୁଲିସ ପକ୍ଷରୁ ନକଲି ସାମ୍ୱାଦିକ ମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସାମ୍ୱାଦିକ ମହଲରେ ଦାବି ହେଉଛି।
