ହିଞ୍ଜିଳିକାଟୁ ସ୍ବୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ୭୫ ତମ ବନମହୋତ୍ସବ ପାଳିତ

ହିଞ୍ଜିଳିକାଟୁ, ୫/୭(): ହିଞ୍ଜିଳିକାଟୁ ସ୍ବୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ଶୁକ୍ରବାର ୭୫ ତମ ବନମହୋତ୍ସବ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ଖାଡଙ୍ଗାଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଓ ଯୁବ ରେଡକ୍ରସର କ୍ୟାଡେଟ ମାନେ ପ୍ରଥମ ପର୍ଯ୍ୟାୟରେ ମହାବିଦ୍ୟାଳୟ ପରିସର ସଫେଇ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ମହାବିଦ୍ୟାଳୟର ଏନସିସି ଓ ୟୁଆରସି କ୍ୟାଡେଟ ମାନେ ମହାବିଦ୍ୟାଳୟ ପରିସରରେ ଶତାଧିକ ଔଷଧୀୟ ଓ ଛାୟା ପ୍ରଦାନକାରୀ ଚାରା ରୋପଣ କରିବା ସହ ତାହାର ଯତ୍ନ ନେବାକୁ ଶପଥ ଗ୍ରହଣ କରିଥିଲେ।

ପ୍ରାଧ୍ୟାପକ ଡ଼ଃ ପ୍ରଦୀପ କୁମାର ନନ୍ଦ, ଏନସିସି ଅଧିକାରୀ ଶ୍ରଦ୍ଧାଞ୍ଜଳି ସାହୁ, ଯୁବ ରେଡକ୍ରସ୍ କାଉନସେଲିଂ ଅଧିକାରୀ ଡ଼. ସୁଜତା ମହାପାତ୍ର ପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣର ଉପକାରିତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଅଧ୍ୟାପକ ଡ଼କ୍ଟର ଦିନବନ୍ଧୁ ମହାନ୍ତି, ଅଧ୍ୟାପିକା ପ୍ରତିଭା ସାହୁ, ସୁପ୍ରିୟା ଦେବୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।‌ ଅଧ୍ୟାପକ ପବିତ୍ର ଶବରଙ୍କ ସମେତ ବହୁ ଅଧ୍ୟାପକ, ଅଧ୍ୟାପିକା ଓ ଶିକ୍ଷାର୍ଥୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *