ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ବୃକ୍ଷ ରୋପଣ

ଧରାକୋଟ:-୦୫/୦୭ ଧରାକୋଟ ବ୍ଲକର ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କୁସଗୁମା ପରିସରରେ ୭୫ ତମ ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ କରାଯାଇଛି। ଅଧ୍ୟକ୍ଷ ଦୁର୍ଯ୍ୟୋଧନ ଦୋରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ତହସିଲଦାର ଲମ୍ବୋଦର ମାରାଣ୍ଡି,ଧରାକୋଟ ବନପାଳ ଅକ୍ଷୟ ତ୍ରିପାଠୀ,ବନରକ୍ଷୀ ରାକେଶ କୁମାର ପରିଡ଼ା ଙ୍କ ସହ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ। ଧରାକୋଟ ବନ ବିଭାଗ ତରଫରୁ ଆମ୍ବ,ଅକସିଆ,ନିମ୍ବ, ଯାମ,ପିଜୁଳି,ବଉଳ କୋଳି, ସଜନା, କଦମ୍ବ ପ୍ରଭୃତି ଶହେରୁ ଅଧିକ ଚାରା ଅତିଥି,କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ରୋପଣ କରାଯାଥିଲା । ଏହା ପରେ ବିଦ୍ୟାଳୟ ପରିସରରେ ବୃକ୍ଷ ହିଁ ଜୀବନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *