ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମହାଲିଙ୍ଗ ଓ ବନ ବିଭାଗ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଓଡ଼ିଶା ସରକାରଙ୍କ ନିର୍ଦେଶ କ୍ରମେ ଅଜି ସାରାଦେଶ ୭୫ତମ୍ ବନ ମୋହଉତ୍ସବ୍-୨୦୨୪ ପାଳନ କରୁଥିବା ବେଳେ ପଞ୍ଚମ ଦିନରେ କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧିନସ୍ତ କେଗାଁ ବନାଞ୍ଚଳ ତରଫରୁ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଓ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ମହାଲିଙ୍ଗ ଠାରେ ବନ ମହାତ୍ସବ ପାଳିତ ହୋଇଯାଇଛି। ଏହିଶୁଭ ଅବସର ମୁଖ୍ୟଅତିଥି ଭାବେ ମହାଲିଙ୍ଗ ଗ୍ରାମପଞ୍ଚାୟତ ସମିତି ସଭ୍ୟ ତଥା ଆଞ୍ଚଳିକ ମହାବିଦ୍ୟାଳୟର ସମ୍ପାଦକ କିରଣ କୁମାର ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବାବେଳେ ସମ୍ନାନିତ୍ ଅତିଥି ଭାବେ ପବନ କୁମାର ଅଗ୍ରୱାଲ ଯୋଗଦେଇଥିଲେ।ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଦୁଇ ଗୋଟି ବିଦ୍ୟାଳୟର ଅଧକ୍ଷ ରଞ୍ଜିତ କୁମାର ସାହୁ , ଅଧ୍ୟକ୍ଷ ଅଶ୍ୱନି କୁମାର ବାଗ, ତଥା ଅଧ୍ୟାପକ ଅଧ୍ୟାପିକା ଓ ଯୁବ ରେଡକ୍ରସ ଶାଖାର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତି ରହି ଗୋଟିଏ ଗୋଟିଏ ଲେଖାଏଁ ବୃକ୍ଷରୋପଣ କରିଥିବା ଦେଖିବାକୁ ମିଳିଛି। ବନ ବିଭାଗ ପକ୍ଷରୁ କେଗାଁ ବନପାଳ ଶ୍ରୀ ମଧୁକର ପୁଟେଲ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷର ଆବଶ୍ୟକତା ତଥା ଜଳବାୟୁ ପରିବର୍ତ୍ତନ ,ମୃତ୍ତିକା ସଂରକ୍ଷଣ ,ଅନାବଶ୍ୟକ ଜଙ୍ଗଲ କ୍ଷୟ, ପରିବେଶ ପ୍ରଦୂଷଣ,ପ୍ରାକୃତିକ ଦୁର୍ବିପାକ, ସୁସ୍ଥ ଓ ସୁଛ ପରିବେଶ, ଟାଙ୍ଗରା ଭୂମିରେ ବୃକ୍ଷ, ରୋପଣ, ଏହା ନହେବା ଫଳରେ ଆଜି ସବୁ ଜଙ୍ଗଲ କାଟି କଂକ୍ରିଟ ଜଙ୍ଗଲ ରେ ମଣିଷ ସମାଜ ବାସ କରୁଛନ୍ତି । ଜାହା ଫାଳରେ ବିବିଧ ସମସ୍ୟା ଆଡ଼କୁ ମଣିଷ ସମାଜ ଟାଣି ହେଉଛି। ଏହି ସମସ୍ୟା କୁ ଦୃଷ୍ଟି ରଖି ପ୍ରଧାମନ୍ତ୍ରୀ ମାଁ ପାଇଁ ଗଛ ଟିଏ ପଦକ୍ଷେପ ପାଇଁ ଆହ୍ବାନ ଦେଇଛନ୍ତି। ତେଣୁ ସମସ୍ତ ଛତ୍ର ଛାତ୍ରୀ ପ୍ରତିବର୍ଷ ଗୋଟିଏ ଗୋଟିଏ ଲେଖାଏଁ ବୃକ୍ଷରୋପଣ କଲେ ଆମଦେଶ ଜଙ୍ଗଲ ମୟ ଦେଖାଯିବ ବୋଳି ବନପାଲ ବାର୍ତ୍ତା ପ୍ରଦାନ କରିଥିଲେ । ଏଥିରେ ବନ ବିଭାଗର ବନରକ୍ଷୀ ସୁନିତା ପୁଟେଲ, ପ୍ରଦୀପ କୁମାର ପୂଝାରି, ଗୁନି ମହାରଣା, ଭୀଷ୍ମ ଶବର,, ଆମ ଜଙ୍ଗଲ ଯୋଜନା ଦଳପତି ବିକାଶ କୁମାର ତାଣ୍ଡି , ବିକାଶ ଅଧିକାରି ରୋମଞ୍ଚଲ୍ ବାଗ ,ୱାଚର ନୀଳାମ୍ବର ପୁଟେଲ, ଚରଣସିଂ ଧରୁଆ, ସୁରେଶ ମାଝୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
