ହିଞ୍ଜିଳିକାଟୁ ସ୍ଵୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟର 75 ତମ ବନ ମହୋତ୍ସବ ପାଳନ

।ହିଞ୍ଜିଳିକାଟୁ,ହିଞ୍ଜିଳିକାଟୁ ସ୍ଵୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟର ପ୍ରିନ୍ସପାଲ ଶ୍ରୀ ଅରୁଣ କୁମାର ଖାଡଙ୍ଗାଙ୍କ ପୌରାହିତ୍ୟ ଏବଂ ୟୁଥ୍ ରେଡକ୍ରସ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ମିଳିତ ତତ୍ତ୍ଵାବଧାନରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ କ୍ୟାମ୍ପସ କ୍ଲିନିଂ କାର୍ଯ୍ୟକ୍ରମ ସହିତ ନାନା କିସମର ଚାରା ରୋପଣ କରାଯାଇଛି।ଅଶୋକ,କାଞ୍ଚନ, ଢ଼ିମିରି, ନିମ୍ବ, ଶାଳ,ପିଆଶାଳ,ଶାଗୁଆନ,ଚମ୍ପା, ସୁନାରୀ, ଗଙ୍ଗସିଉଲି,କୃଷ୍ଣ ଚୁଡ଼ା, ସପ୍ତଫେନି,ଇତ୍ୟାଦି 50ଟି ଚାରା ରୋପଣ କରାଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଡ ପ୍ରଦୀପ କୁମାର ନନ୍ଦ, ଡ ଦୀନବନ୍ଧୁ ମହାନ୍ତି,ୟୁଥ୍ ରେଡ କ୍ରସ ର କାଉନସିଲର ଡ ସୁବାଷ ମହାପାତ୍ର,ଶ୍ରୀ ପବିତ୍ର ଶବର, ଏନ ସି ସି ଅଫିସର ଏଲ୍ ଶ୍ରଦ୍ଧାଞ୍ଜଳୀ ସାହୁ,ଅଧ୍ୟାପିକା ଶ୍ରୀମତୀ ପ୍ରତିଭା ସାହୁ,ଶ୍ରୀମତୀ ସୁପ୍ରିୟା ଦେବୀ,ଏବଂ ଅନେକ ଶିକ୍ଷକ ଏବଂ ଅଣଶିକ୍ଷକ ,କର୍ମଚାରୀ ଭଳିଣ୍ଟ ର,ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ପରିଚାଳନା କରିଥିଲେ ୟୁଥ୍ ରେଡକ୍ରସ ର କାଉନସିଲର ଡ ସୁଜାତା ମହାପାତ୍ର, ଏନ୍ ସି ସି ଅଫିସର ଶ୍ରଦ୍ଧାଞ୍ଜଳୀ ସାହୁ ସହଯୋଗ କରିଥିଲେ।ଅନ୍ୟତମ କାଉନସିଲର ଶ୍ରୀ ପବିତ୍ର ଶବର ଏବଂ ଭଳିଣ୍ଟର ବୃନ୍ଦ ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *