ଗାଁକୁ ଆସିଲା ଦାଦନ ଶ୍ରମିକଙ୍କ ଶବ,ବେସାହାରା ହେଲେ ପରିବାର
ଧର୍ମଗଡ଼:- ଦାଦନ ମୃତ୍ୟୁ ଯେମିତି କଳାହାଣ୍ଡି ଜିଲ୍ଲା ପାଇଁ ଅଭିଶାପ ପାଲଟିଛି ଗତ କିଛି ମାସ ବ୍ୟବଧାନ ରେ କୋକସରା ବ୍ଲକ କୁ ୫/୬ ଦାଦନ ଶ୍ରମିକଙ୍କ ମୃତ ଦେହ ଭିଟାମାଟି କୁ ଫେରିଥିବା ବେଳେ ଶୁକ୍ରବାର ପୁଣି ଜଣେ ଦାଦନ ର ମୃତଦେହ ଗାଁ କୁ ଫେରିଛି।କୋକସରା ଥାନା ଅନ୍ତର୍ଗତ ଖୁଣ୍ଟିଆ ପଞ୍ଚାୟତ ତେନ୍ତୁଳିପଡା ର ଧନେଶ୍ୱର ପୋଟା ଙ୍କ ପୁଅ ଲୋକନାଥ ପୋଟା (୨୯) ଙ୍କ ବୁଧବାର ବାଙ୍ଗାଲୋର ସହର ବେଳେଣ୍ଡୁର ପୋଲିସ ଷ୍ଟେସନ ଅଞ୍ଚଳ ରେ ମୃତ୍ୟୁ ହୋଇଥିବା ବେଳେ ସାଥିରେ ଥିବା ଶ୍ରମିକ ଫୋନ ଯୋଗେ ପରିବାର ଲୋକଙ୍କୁ ସୂଚନା ଦେଇଥିବା ବେଳେ ବୁଧବାର ମୃତକ ଲୋକନାଥ ଙ୍କ ସ୍ତ୍ରୀ ପଦ୍ମିନୀ ପୋଟା କୋକସରା ଥାନା ରେ ସ୍ଵାମୀ ଙ୍କ ମର ଶରୀର ଭିଟାମାଟି କୁ ଫେରାଇ ଆଣିବାକୁ ଗୁହାରି କରିଥିଲେ। କୋକସରା ପୋଲିସ ବେଳେଣ୍ଡୁର ପୋଲିସ ଷ୍ଟେସନ ସହ ଯୋଗାଯୋଗ କରି ଶବ ପଠାଇବାକୁ ଅନୁରୋଧ କରିଥିଲେ। ବେଳେଣ୍ଡୁର ପୋଲିସ ଶବ ବ୍ୟବଚ୍ଛେଦ ପରେ ଠିକାସଂସ୍ଥା ସହାୟତା ରେ ବାଙ୍ଗାଲୋର ରୁ ଫ୍ଲାଇଟ ରେ ରାୟପୁର ଓ ରାୟପୁର ରୁ ଆମ୍ବୁଲାନ୍ସ ଯୋଗେ ଶବ କୁ ପଠାଇଥିବା ବେଳେ ଆଜି ସନ୍ଧ୍ୟାରେ ଶବ ଗାଁ କୁ ପହଞ୍ଚିଛି । ଦାଦନ ଶ୍ରମିକଙ୍କ ଶବ ଗାଁ ମାଟି କୁ ଆସିବା ପରେ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଏକମାତ୍ର ରୋଜଗାରିଆ ସ୍ୱାମୀ କୁ ହରାଇ ସ୍ତ୍ରୀ ଓ ୪ ବର୍ଷ ର ନାବାଳିକା ଝିଅ ଦୁଃଖ ରେ ଭାଙ୍ଗି ପଡିଥିବା ବେଳେ ଗାଁ ସ୍ମଶାନ ରେ ଶେଷକୃତ୍ୟ କରାଯାଇଛି।
