ଉତ୍କଳମଣି ଗୋପବନ୍ଧୁଙ୍କ ୯୬ ତମ ଶ୍ରାଦ୍ଧ ଦିବସ
– ଢ଼େଙ୍କାନାଳ ଜିଲ୍ଲାର କାମାକ୍ଷାନଗର ସମାଜ ପାଠକ ବିଚାର ମଞ୍ଚ ଓ ଉପଖଣ୍ଡ ସାମ୍ବାଦିକ ସଂଘ ମିଳିତ ଆନୁକୂଲ୍ୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯ ୬ ତମ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି l ସମାଜ ପାଠକ ବିଚାରମଞ୍ଚ ର ଆବାହକ ଶୁଭମୟ ନନ୍ଦ ଙ୍କ ଆବାହକତ୍ୱରେ ପୂର୍ବାହ୍ନରେ ନଦୀ ରେ ତିଳ ତର୍ପଣ କରାଯିବା ପରେ ଗୋପବନ୍ଧୁ ପାର୍କରେ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ l ପରେ ବାଇସିଙ୍ଗା ଉଚ୍ଚବିଦ୍ୟାଳୟ ପରିସର ରେ ତହସିଲଦାର ପ୍ରିୟବ୍ରତ ଦାସ ଯୋଗ ଦେଇ ଉତ୍କଳମଣିଙ୍କ ସ୍ମୁତିରେ ବୃକ୍ଷରୋପଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ପାଠକ ବିଚାର ମଞ୍ଚ ସଦସ୍ୟ ଉପଖଣ୍ଡ ସାମ୍ବାଦିକ ସଂଘ ର ସଦସ୍ୟ, ବନବିଭାଗ ଅଧିକାରୀ ଓ କର୍ମଚାରୀ,ଆମ୍ବେଦଜର ଦଳିତ ସେବା ସଂଘ ର କର୍ମକର୍ତ୍ତା, ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ,ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ l
