୭୫ତମ ବନ ମହୋତ୍ସବ ସପ୍ତାହ ରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ
*୭୫ତମ ବନ ମହୋତ୍ସବ ସପ୍ତାହ ରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ରେ ଯୋଗ ଦେଲେ ବିଧାୟକ ଆକାଶ ଦାସ ନାୟକ*ଆଜି କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କ କରକମଣ୍ଡଳ ରେ ପାଟରଙ୍ଗା ପଡିଆ ଠାରେ ୭୫ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ରେ ଯୋଗ ଦେଇ ବୃକ୍ଷ୍ୟ ରୋପଣ କରିଥିଲେ l ଯାଜପୁର ରୋଡ ରେଞ୍ଜର ଜୋତିରଞ୍ଜନ ମହାପତ୍ର ଙ୍କ ତତ୍ଵାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ୨୦୦ରୁ ଉର୍ଦ୍ଧ ବିଭିନ୍ନ କିସମ ର ଗଛ ରୋପଣ କରାଯାଇଥିଲା l

ବୃକ୍ଷ ବିନା ବଞ୍ଚିବା ଅସମ୍ଭବ, ଗୋଟିଏ ଗଛ ଗୋଟିଏ ଜୀବନ, ମା ଯେଭଳି ଗୋଟେ ପିଲା ପାଇଁ ଜୀବନ ସେଭଳି ଗଛ ହେଉଛି ପ୍ରତେକ ମଣିଷ ପାଇଁ ଗୋଟେ ପ୍ରାଣ ଦାତା l ଏଭଳି ପରାମର୍ଶ ଦେଇ ବିଧାୟକ ସମସ୍ତଙ୍କୁ ଗୋଟେ ଗୋଟେ ଗଛ ଲଗାଇବା ପାଇଁ ନିବେଦନ କରିଥିଲେ l ଏହି ବୃକ୍ଷ୍ୟ ରୋପଣ କାର୍ଯ୍ୟକ୍ରମ ଫରେଷ୍ଟର ନୀଳିମା ପ୍ରିୟଦର୍ଶିନୀ ନାୟକ, ସରୋଜ ସୁରୂପ ନାୟକ, ନିର୍ମଳ କୁମାର ମଲିକ, ତ୍ରିଲୋଚନ ଦାସ ପ୍ରମୁଖ ସହଯୋଗ କରିଥିଲେ l
ଯାଜପୁର କୋରେଇ ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live
