ପେଣ୍ଟା ଉଚ୍ଚବିଦ୍ୟାଳୟ ପକ୍ଷରୁ ବନ ମହୋତ୍ସବ ପାଳିତ


ରାୟଗଡ଼ା ତା ୦୭-୦୭-୨୪ରାୟଗଡା ବ୍ଳକ ଅନ୍ତର୍ଗତ ପେଣ୍ଟା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ୭୫ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜେକେ କାଗଜ କଳର ସି ଏସ ଆର୍ ଅଧିକାରୀ ଶ୍ରୀ ହରି ହର ଖମାରୀ ଯୋଗ ଦେଇ ଥିବାବେଳେ ସମ୍ମାନୀୟ ଅତିଥି ଭାବେ ଉଦ୍ୟାନ ବିଭାଗ ଅଧିକାରୀ ତଥା ପରିଦର୍ଶକ ହେମେନ୍ତ କୁମାର ବେହେରା ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ମନୋଜ କୁମାର ଗୌଡ ଉତ୍ସବରେ ସଭାପତିତ୍ବ କରିଥିବା ବେଳେ ଶିକ୍ଷକ ସୁଶୀଲ କୁମାର ମିଶ୍ର ସଭା ପରିଚାଳନା କରିଥିଲେ। ଶିକ୍ଷୟିତ୍ରୀ ସସ୍ମିତା ଆଚାର୍ଯ୍ୟ ଗଛର ଉପକାରିତା ଉପରେ ଆଲୋଚନା କରିଥଲେ । ଏହି ଅବସରରେ ୧୦୦ଟି ଚାରା ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ରୋପଣ କରାଯାଇଥିଲା। ଶିକ୍ଷୟିତ୍ରୀ ଅମ୍ବିକା ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷକ ସୁରେଶ ପଟ୍ଟନାୟକ, ବିଜୟ କୁମାର, ଶ୍ରୀନିବାସ ପଟ୍ଟନାୟକ ଓ ସୁପ୍ରଭା ପାଢ଼ୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ରାୟଗଡ଼ାରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *