ଆଡପ ଅଭଡା ପାଇ ତୃପ୍ତ ହେଲେ ଭକ୍ତ

ପୁରୀ,୧୦/୭- ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମ ବେଦିରେ ମଙ୍ଗଳବାର ରାତିରେ ବିଜେ କରିଛନ୍ତି ଚତୁର୍ଦ୍ଧାବିଗ୍ରହ । ଆଜି ଚଳିତ ରଥଯାତ୍ରାର ପ୍ରଥମ ଆଡପ ଅଭଡା ପାଇଛନ୍ତି ଭକ୍ତ । ଏହି ଅଭଡା ପାଇ ଭକ୍ତ ମାନେ ତୃପ୍ତି ଲାଭ କରିଛନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିର ଆନନ୍ଦ ବଜାରରେ ଭକ୍ତ ମାନେ ବ୍ରାହ୍ମଣଙ୍କୁ ଅଭଡା ଓ ଦକ୍ଷିଣା ଦେବା ସହ ଭକ୍ତ ଅଭଡା ସେବନ କରୁଥିବା ଦୃଶ୍ଯ ଦେଖିବାକୁ ମିଳିଛି । ଶ୍ରୀମନ୍ଦିରରେ ମହାପ୍ରସାଦ କୁହାଯାଉଥିବା ବେଳେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡପ ଅଭଡା କୁହାଯାଉଛି ।

ଏହି ଆଡପ ଅଭଡା ସେବନ ଓ ଦାନ ଦେଲେ ମହାପୂଣ୍ଯ ହୋଇଥାଏ ବୋଲି ବିଶ୍ଵାସ ରହିଛି । ଅଭଡା ବାହକାରୀ ମାନେ ବେତାରେ ଏହି ଅଭଡା ନାକଚଣା ଦ୍ବାର ଦେଇ ବାହାରକୁ ଆଣୁଥିବା ଦେଖିବାକୁ ମିଳୁଛି । ଆଡପ ଅଭଡା ମଧ୍ଯରେ ରହିଛି ସାଧାଅନ୍ନ ଘିଅଅନ୍ନ କାନିକା, ସାଧାଡାଲି ମିଠାଡାଲି ଡାଲମା, ବେସର ମହୁର ଶାଗ ଆଦି ରହିଛି । ଭକ୍ତ ଅଭଡା ପାଇ ଆନନ୍ଦିତ ସହ ଘରକୁ ଅଭଡା ନେଉଥିବା ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *