ବିଜୟ ଉତ୍ସବ ପାଳିଲେ କଲମ୍ବ ପଞ୍ଚାୟତ ବାସି

ପୋଲସରା :-୧୨/୦୭ ପୋଲସରା ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟିର ବିପୁଳ ବିଜୟ ହେବା ପରେ ପୋଲସରା ବ୍ଲକ ଅନ୍ତର୍ଗତ କଲମ୍ବ ପଞ୍ଚାୟତ ରେ ଉଭୟ ବିଧାୟକ ଓ ସାଂସଦ ଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା,ସ୍ଥାନୀୟ ବିଧାୟକ ତଥା ରାଷ୍ଟ୍ର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ,ସାଂସଦ ଅନିତା ଶୁଭଦର୍ଶୀନୀ ଙ୍କୁ ଚଢ଼ିଆ ପଡା ଠାକୁରାଣୀ ମନ୍ଦିର ଠାରୁ ସ୍ବାଗତ କରି ପୁଷ୍ପ ମାଲ୍ୟ ଦେଇ ନିର୍ବାଚିତ ପ୍ରତିନିଧି ରାଷ୍ଟ୍ର ମନ୍ତ୍ରୀ ଓ ସାଂସଦ କୁ କଲମ୍ବ ଗ୍ରାମରେ ସମସ୍ତ ସାହିରେ ଘଣ୍ଟ ବାଦ୍ୟ ବାଜଣା ବଜେଇ ସାହି ପରିକର୍ମା କରାଇ ଥିଲେ କଲମ୍ବ ପଞ୍ଚାୟତ ବାସି ଉକ୍ତ୍ତ ବିଜୟ ଉତ୍ସବ ରେ ନିର୍ବାଚିତ ପ୍ରତିନିଧି ମାନଙ୍କ ସହିତ ଯୁବ ସମାଜ ସେବୀ ତଥା ଘୁମୁସର ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା,ଗଞ୍ଜାମ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଦୀପକ କୁମାର ପ୍ରଧାନ,ପୂର୍ବତନ ବ୍ଲକ ଅଧ୍ୟକ୍ଷା ନାରୀନେତ୍ରୀ ସଂଯୁକ୍ତା କୁମାରୀ ପ୍ରଧାନ,ପୂର୍ବତନ ସମିତି ସଭ୍ୟ କଲମ୍ବ ପ୍ରତିମା କୁମାରୀ ସାହୁ,ପୂର୍ବତନ ସରପଂଚ ପ୍ରଶାନ୍ତ କୁମାର ପ୍ରଧାନ ଙ୍କ ସହିତ ବହୁ ଜନ ସମାଗମ ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *