ଖାଉଟି ଚାଉଳ କୁ କେନ୍ଦ୍ର କରି ବିଜେପି ବିଜେଡି କଳି
– ଏହି କିଛି ଦିନ ହେଲା ନିର୍ବାଚନ ସାରିଥିବାବେଳେ ବର୍ତମାନ ରାଜନୀତିର ଉଷ୍ମତା ଅପର୍ଯ୍ୟନ୍ତ କମିବାର ନାଁ ନେଉନି l ଦିନକୁ ଦିନ ରାଜନୀତି ପଶାପାଲିରେ ହନ୍ତ ସନ୍ତ ହେଉଛନ୍ତି ଜନତା l ବିଜେପି ବିଜେଡି କଳି ଆଜି ଦlଣ୍ଡରେ ପଡି ହାଟରେ ଗଡୁଛି , ହଁ ଆଜ୍ଞା ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ଅlଙ୍କୁଲା ପଞ୍ଚାୟତର କଥା ପ୍ରତ୍ୟେକ ପଞ୍ଚାୟତ ରେ ସରକାରଙ୍କ ମାଗଣା ଚାଉଳ ଖାଉଟି ମାନଙ୍କୁ ମିଳୁଥିବା ବେଳେ କିନ୍ତୁ ଅlଙ୍କୁଲା ପଞ୍ଚାୟତ ରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି, କିଛି ଦିନ ତଳେ ପଞ୍ଚାୟତରେ ଖାଉଟି ଚାଉଳ ଦୁର୍ନୀତି ହେଉଛି ଅଭିଯୋଗ କରି ବିଜେପି ତରଫରୁ ଚାବି ପକାଇଥିବା ବେଳେ ଗତ କାଲି ବିଜେଡି ତରଫରୁ ଚିଲିକା ବ୍ଲକ ଘେରାଉ ହୋଇଥିଲା ଆଜି ପୁନଃ ଜାତୀୟ ରାଜପଥ NH16କୁ ଅବରୋଧ କରିଥିଲେ l ପାଞ୍ଚ ଘଣ୍ଟା ପାଇଁ ଚକ ଅଖ ବନ୍ଦ ରହି ଥିଲା l ଘଟଣା ସ୍ଥଳକୁ ଚିଲିକା ବିଡ଼ିଓ, ପୋଲିସ ପ୍ରଶାସନ ଆସି ବୁଝା ସୁଝା କରିବା ପରେ ଯାଇ ରାସ୍ତା ରୋକ ହଟିଥିଲା l ତେବେ ଏହି ରାଜନୀତି ପଶାପାଲିରେ ନିରୀହ ଖାଉଟି ଗରିବ ଶ୍ରେଣୀର ଲୋକେ ହୋଇଛନ୍ତି ହନ୍ତସନ୍ତ l ଉଭୟ ଦଳ ନିଜ ନିଜ ଭିତରେ କାଦୁଅ ଫିଙ୍ଗା ଆଜି ଲୋକଲୋଚନକୁ ଆସିଛି ତେବେ ଏଥିରେ ଭୁଲ କାହାର କେହିବି ମାନିବାକୁ ନାରାଜ ଥିବା ବେଳେ ଏହାକୁ ଉଚ୍ଚ ସ୍ତରୀୟ ତଦନ୍ତ ସାପେକ୍ଷ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି l
ଖୋର୍ଦ୍ଧା ଚିଲିକାରୁ ବିରଞ୍ଚି ନାରାୟଣ ପ୍ରଧାନ ତୀର୍ଥକ୍ଷେତ୍ର
