ହିଞ୍ଜିଳି ଥାନା ଇଲାକାରେ ବଢୁଛି ଚୋରୀ,

ହିଞ୍ଜିଳି ଥାନା ଇଲାକାରେ ବଢୁଛି ଚୋରୀ, ପୁଲିସ ନିରବ ନିର୍ମାଣଧିନ ଘରୁ ଲୁଟିଲେ ଆସବାବପତ୍ର ହିଞ୍ଜିଳିକାଟୁ , ୧୨/୭( ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଇଲାକାରେ ଗତ କିଛି ଦିନ ଧରି ଲୁଟେରାଙ୍କ ପାର୍ଦୁଭାବ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ହିଞ୍ଜିଳି ପୁଲିସ ପକ୍ଷରୁ ରାତ୍ରୀକାଳୀନ ପାଟ୍ରୋଲି° ବ୍ୟବସ୍ଥା କଡାକଡି କରାଯାଉନଥିବାରୁ ଲୁଟେରା ଦଳ ସକ୍ରିୟ ହୋଇ ସ୍ଥାନୀୟ ପୈାରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରେ ଲୁଟ୍ କରିବାରେ ସକ୍ଷମ ହେଉଥିବା ଜଣାପଡିଛି। ସୋମବାର ବିଳମ୍ବିତ ରାତିରେ ହିଞ୍ଜିଳିକାଟୁ ପୈାରାଞ୍ଚଳ ୬ ନଂ ଓ୍ବାର୍ଡ ଡାକଘର ରାସ୍ତା ନିକଟସ୍ଥ ଏକ ନିର୍ମାଣଧିନ ଘରର ମୁଖ୍ୟ ଦ୍ବାର କବାଟ ତାଲା ଭାଙ୍ଗି ଘର ଭିତରୁ ଲୁଟେରା ମାନେ ସିସିଟିଭି କ୍ୟାମେରା, ପାମିପମ୍ପ ମୋଟର,ର କମ୍ପ୍ୟୁଟର ସମେତ ବହୁ ଆସବାବପତ୍ର ଲୁଟ୍ କରି ଚମ୍ପଟ ମାରିବାରେ ସକ୍ଷମ ସୋଇଛନ୍ତି।‌ ମଙ୍ଗଳବାର ସକାଳେ ଘର ମାଲିକ ରଞ୍ଜିତ କୁମାର ପୋଲେଇ ନିର୍ମାଣଧିନ ଘରକୁ ଯାଇଥିବା ବେଳେ କବାଟ ତାଲା ଭଙ୍ଗା ଯାଇଥିବା ଦେଖିବା ସହ ଘର ଭିତରୁ ଚୋରୀ ହୋଇଥିବା ଜାଣିପାରିଥିଲେ ।‌

ଘଟଣା ନେଇ ଗୁରୁବାର ରଞ୍ଜିତ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଘଟଣା ନେଇ ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇପାରିନାହିଁ।‌ ପ୍ରକାଶ ଥାଉକି, ଗତ କିଛି ମାସ ଧରି ହିଞ୍ଜିଳି ଥାନା ଇଲାକାରେ ପ୍ରତ୍ୟହ ରାତ୍ର ସମୟରେ ଛୋଟବଡ ଚୋରୀ ହେଉଥିବା ନଜିର ରହିଛି। ଏ ଦିଗରେ ହିଞ୍ଜିଳି ପୁଲିସ ପ୍ରଶାସନ ଦୃଷ୍ଟି ଦେଇ ରାତ୍ରୀକାଳୀନ ପାଟ୍ରୋଲି° ବ୍ୟବସ୍ଥା କଡାକଡି କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *