ମାଛ ମାରିବାକୁ ଯାଇ ମାଛ ଜାଲରେ ପଡି ଜଣଙ୍କର ମୃତ୍ୟୁ

– ଢ଼େଙ୍କାନାଳ ଜିଲ୍ଲାର ତୁମୁସିହା ଥାନା ଅନ୍ତର୍ଗତ କନ୍ତିଓ କାଟେଣୀ ଗ୍ରାମ ନିକଟବର୍ତ୍ତୀ ବ୍ରାହ୍ମଣୀ ନଦୀକୁ ମାଛ ମାରିବାକୁ ଯାଇ ମାଛ ଜାଲରେ ପଡି ଜଣଙ୍କର ମୃତ୍ୟୁ ହୋଇଛି l ମୃତକ ଜଣକ ହେଲେ କନ୍ତିଓ ଗ୍ରାମର ବସନ୍ତ ଦେହୁରୀ l ବସନ୍ତ ଶୁକ୍ରବାର ନଦୀକୁ ମାଛ ମାରିବାକୁ ଯାଇଥିଲେ

l ନଦୀରେ ପକାଯାଇଥିବା ଜାଲରେ ବସନ୍ତ ଗୁଡ଼ାଇ ହୋଇ ଯାଇ ଗଭୀର ପାଣିରେ ବୁଡି ଯାଇଥିଲେ l ଫଳରେ ବସନ୍ତଙ୍କର ମୃତ୍ୟୁ ହୋଇଥିଲା l ପାଖରେ ଥିବା କେତେକ ଗ୍ରାମବାସୀ ଜାଲ ସହିତ ବସନ୍ତ ଙ୍କୁ ପାଣିରୁ ଉଧାର କରିଥିଲେ l ପରେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଛେଦ କରିଛି l

Leave a Reply

Your email address will not be published. Required fields are marked *