ନିମାପଡ଼ା ମହାବିଦ୍ୟାଳୟରେ 20 ବର୍ଷ ପରେ ଭୁତତ୍ତ୍ୱ ଇତିହାସ ବିଭାଗର ଜାତୀୟ ସେମିନାର ଅନୁଷ୍ଠିତ
ନିମାପଡ଼ା ମହାବିଦ୍ୟାଳୟରେ 20 ବର୍ଷ ପରେ ଭୁତତ୍ତ୍ୱ ଇତିହାସ ବିଭାଗର ଜାତୀୟ ସେମିନାର ଅନୁଷ୍ଠିତ।ନିମାପଡା ( ) ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଦୁଇ ଦିନିଆ ଜାତୀୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଇତିହାସ ବିଭାଗ ଓ ଭୁତତ୍ତ୍ୱ ବିଭାଗର ମିଳିତ ସହଯୋଗରେ ଆୟୋଜିତ ସେମିନାରକୁ ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ପୂର୍ବତନ ସଭ୍ୟ ପ୍ରଫେସର ସୁସ୍ମିତ ପାଣି ଉଦଘାଟନ କରିଥିଲେ। ଦୁଇଦିନ ଧରି ଅନୁଷ୍ଠିତ ଆଲୋଚନାଚକ୍ରର ମୁଖ୍ୟ ଶୀର୍ଷକ ‘ନିୟୁ ଡ଼ାଈମେନସନ୍ ଅଫ୍ ଜିଓ- ଆର୍କୋଲଜିକାଲ ରିସର୍ଚ୍ଚ ଇନ ଟ୍ୱେଣ୍ଟିୱାନ ସେଞ୍ଚୁରୀ’ ଅର୍ଥାତ ‘ଏକବିଂଶ ଶତାବ୍ଦୀରେ ଭୁ-ପ୍ରତ୍ନତତ୍ତ୍ୱ ଗବେଷଣାର ନୂଆ ଦିଗନ୍ତ’ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ସୁନାମଧନ୍ୟ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଡ଼ଃ ଅମୀୟ କୁମାର ସାମଲ, ଭାରତୀୟ ଭୁ ବୈଜ୍ଞାନିକ ସର୍ବେକ୍ଷଣର ନିର୍ଦ୍ଦେଶକ ଡ଼ଃ ଇସ୍ରାଏଲ ଖାନ, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଏମିରେଟ୍ସ ପ୍ରାଧ୍ୟାପକ ଡ଼ଃ ହୃଷିକେଶ ସାହୁ, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଡ଼ଃ ଦେବାନନ୍ଦ ବେଉରା, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର ପ୍ରାକ୍ତନ ଯୁଗ୍ମନିର୍ଦ୍ଦେଶକ ଡ଼ଃ ସିମାଦ୍ରୀ ଓତା, ଭାରତୀୟ ସଂଗ୍ରାହଳୟର ପ୍ରାକ୍ତନ ନିର୍ଦ୍ଦେଶକ ଡ଼ଃ ରାଜେଶ ପୁରୋହିତ, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ଡ଼ଃ ସଞ୍ଜୟ ଆଚାର୍ଯ୍ୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ସହକାରୀ ପ୍ରାଧ୍ୟାପକ ଡ଼ଃ ଅତୁଲ ପ୍ରଧାନ,ଭାରତ ସରକାରଙ୍କ ଭୂତତ୍ତ୍ୱ ସର୍ବେକ୍ଷଣର ବରିଷ୍ଠ ଭୁତତ୍ତ୍ୱବିତ୍ ଅଭିରାମ ବେହେରା ପ୍ରମୁଖ ଯୋଗଦେଇ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ। ଇତିହାସ ଗୋଟିଏ ମୌଳିକ ବିଷୟବସ୍ତୁ ନୁହେଁ। ସାହିତ୍ୟ,ପ୍ରତ୍ନତତ୍ତ୍ୱ ଭାଷାର ସହଯୋଗରେ ଇତିହାସ ପ୍ରତିଷ୍ଠିତ। ଭୂତତ୍ତ୍ୱ ଓ ଇତିହାସ ଉଭୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଭୂତତ୍ତ୍ୱର ପାରିପାର୍ଶ୍ଵିକ ସ୍ଥିତି ବା ଅବସ୍ଥିତିକୁ ନେଇ ଇତିହାସ ସମ୍ଭବ ହୋଇଥାଏ ବୋଲି ବରିଷ୍ଠ ଐତିହାସିକ ଡ଼ଃ ଅତୁଲ ପ୍ରଧାନ କହିଥିଲେ। ଦୀର୍ଘ ୨୦ବର୍ଷ ବ୍ୟବଧାନ ପରେ ମହାବିଦ୍ୟାଳୟରେ ଏହି ଆଲୋଚନାଚକ୍ର ଆୟୋଜିତ ହୋଇଥିବାରୁ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ସମସ୍ତେ ଉତ୍ସାହିତ ଅଛନ୍ତି ଏବଂ ଏଭଳି କାର୍ଯ୍ୟକ୍ରମ ନିୟମିତ ଭାବେ ଆୟୋଜନ କରିବାର ନିତ୍ୟାନ୍ତ ଆବଶ୍ୟକ ରହିଛି ବୋଲି ଅଧ୍ୟକ୍ଷା ପୁଷ୍ପିତା ରାଜଗୁରୁ କହିଥିଲେ। ସମ୍ମାନୀତ ଅତିଥିମାନଙ୍କୁ ଉପଢୌକନ, ମାନପତ୍ର ପ୍ରଦାନକରି ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ଏକ ଶୋଭେନୀୟର ଉନ୍ମୋଚନ କରା ଯାଇଥିଲା। ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଅଧ୍ୟୟନ କ୍ଷେତ୍ରରେ ଏହିଭଳି ଆଲୋଚନାଚକ୍ରର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ସେମିନାର ସମ୍ପାଦକ ଅଧ୍ୟାପକ ମାନସ ରଞ୍ଜନ ସ୍ୱାଇଁ କହିଥିଲେ। ଅଧ୍ୟାପକ ପ୍ରଦୀପ ବେହେରା, ଡ଼ଃ ରବୀ ପାଢ଼ୀ, ମମତା ରାଣୀ ସ୍ୱାଇଁ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ। ଅଧ୍ୟାପକ ମାନସ ରଞ୍ଜନ ସ୍ୱାଇଁଙ୍କ ତତ୍ତ୍ଵବଧାନରେ ଏହି ସେମିନାର ଅନୁଷ୍ଠିତ ହୋଇଥିଲା.
