ଶିକ୍ଷାନୁଷ୍ଠାନ ରେ ଶିଶୁ ସୁରକ୍ଷା ସମ୍ପର୍କରେ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ

ଶିକ୍ଷାନୁଷ୍ଠାନ ରେ ଶିଶୁ ସୁରକ୍ଷା ସମ୍ପର୍କରେ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ।ପୁରୀ ୨୨/୭ ପ୍ରତିଟି ପିଲା ଯତ୍ନ ଓ ସୁରକ୍ଷା ଆବଶ୍ୟକ କରେ।ପରିବାର ସହ ବା ପରିବାର ଠାରୁ ବିଭିନ୍ନ କାରଣରୁ ବିଛିନ୍ନ ସମସ୍ତ ପିଲା ମାନଙ୍କୁ ସୁରକ୍ଷା ଦେବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିଛନ୍ତି ଶିଶୁ ଅଧିକାର ସୁରକ୍ଷା ର ଜାତୀୟ କମିଶନର ପ୍ରତିନିଧି ଇଲା ଗୌରବ ସିହ୍ନା।ଆଜି ପୂର୍ବାହ୍ନରେ ସଂସ୍କୃତି ଭବନ ଠାରେ ଶିଶୁ ଅଧିକାର ସୁରକ୍ଷା ର ଜାତୀୟ କମିଶନର,ରାଜ୍ୟ କମିଶନର ଓ ଜିଲ୍ଲା ଶିକ୍ଷା ବିଭାଗ ର ମିଳିତ ସହଯୋଗରେ ଶିଶୁ ସୁରକ୍ଷା ସମ୍ପର୍କରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଏଥିରେ ଯୋଗ ଦେଇ ଶ୍ରୀମତୀ ସିହ୍ନା ଶିଶୁ କୋମଳ ଓ ନରମ ସ୍ୱଭାବର ହୋଇ ଥିବାରୁ ଅନେକ ସମୟରେ ଗୃହ ରେ ଗୃହ ବାହାରେ ତା ପ୍ରତି ଘଟୁଥିବା ନିର୍ଯ୍ୟାତନା କୁ ପ୍ରକାଶ କରିପାରେ ନାହିଁ।

ଶିକ୍ଷାନୁଷ୍ଠାନ ମାନଙ୍କ ରେ ସେହି ପିଲା ମାନଙ୍କ ସହ ସ୍ନେହ ଓ ବିଶ୍ୱାସ ର ବାତାବରଣ ସୃଷ୍ଟି କରିପାରିଲେ ସେମାନଙ୍କ ସମସ୍ୟାର କାରଣ ବୁଝି ତାହାର ନିରାକରଣ କରିପାରିବା ବୋଲି ସେ କହିଥିଲେ।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସରତ ଚନ୍ଦ୍ର ବେହେରା ଶିକ୍ଷାନୁଷ୍ଠାନର ବାତାବରଣ ସଠିକ ରଖିବା,ପିଲା ମାନଙ୍କ ମନୋଭାବ କୁ ଅନୁଧ୍ୟାନ କରି ଉପଯୁକ୍ତ ମାର୍ଗଦର୍ଶନ କରାଇବା, ବର୍ତ୍ତମାନ ର ସମୟରେ ଯେପରି ସାଇବର ଅପରାଧ ମାନ ଘଟୁଛି ଉପଯୁକ୍ତ ପରାମର୍ଶ ମାଧ୍ୟମରେ ପିଲା ମାନ ଙ୍କୁ ସେଥିରୁ ଦୂରେଇ ରଖିବାକୁ ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଶିଶୁ ଅଧିକାର ଓ ସୁରକ୍ଷା କମିଶନର ରାଜ୍ୟ ସଦସ୍ୟ ଅନିତା ବେହେରା, ରୁବି ବିଶ୍ୱାଳ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଡିଆଇଇଟିର ଅଧ୍ୟକ୍ଷ ସନ୍ତୋଷ କୁମାର ପରିଡା ପ୍ରମୁଖ ଶିକ୍ଷାନୁଷ୍ଠାନ ରେ ପିଲା ମାନଙ୍କ ଶୈକ୍ଷିକ ବାତାବରଣ, ଭିତ୍ତିଭୂମି ର ବିକାଶ, ପିଲା ମାନଙ୍କ ମନସ୍ତାତିକ ସ୍ଥିତି ର ଅନୁଶୀଳନ ଓ ଆଚାର ବ୍ୟବହାର ରେ ପରିବର୍ତ୍ତନ କୁ ନିୟମିତ ଅନୁଧ୍ୟାନ କରି ପଦକ୍ଷେପ ନେବା ସମ୍ପର୍କରେ ଆଲୋଚନା କରିଥିଲେ।ପ୍ରାରମ୍ଭରେ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ଏହି ଭଳି କର୍ମଶାଳା ଦ୍ବାରା ପିଲା ମାନେ ବିଶେଷ ଭାବରେ ଉପକୃତ ହେବା ସହ ଶିକ୍ଷାନୁଷ୍ଠାନ ର ଅଧିକାରୀ ଓ କର୍ମଚାରୀ ମାନଙ୍କ ସହ ଭାବର ଆଦାନ ପ୍ରଦାନ ସହଜ ହୋଇ ପାରିବ ବୋଲି କହିଥିଲେ।ଶିକ୍ଷୟିତ୍ରୀ ଅଳକାନନ୍ଦା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହିମାଂଶୁ ଶେଖର ସମର୍ଥା ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ରେ ଏଲିମେଣ୍ଟାରୀ ଓ ସେକେଣ୍ଡାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ, ବିଆରସିସି, ସିଆରସିସି,ଓଏଭିର ଅଧ୍ୟକ୍ଷ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *