ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ

INVESTITURE CEREMONY of SBD INTERNATIONAL SCHOOL, JAJPUR ROAD

ଯାଜପୁର ରୋଡ ପାଟୁଳି ସ୍ଥିତ ଏସ.ବି.ଡି. ଇଣ୍ଟରନେସନାଲ ସ୍କୁଲରେ ପିଲାମାନଙ୍କ ଚଳିତ ଶିକ୍ଷା ବର୍ଷ ପାଇଁ ଛାତ୍ର ପରିଷଦ ନିବେଶ ସମାରୋହ ଓ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ସିନିଅର ପିଲାମାନେ ଜୁନିଅର ପିଲାମାନଙ୍କୁ ନିଜର ଦାଇତ୍ୱ ହସ୍ତାନ୍ତର କରିଥିଲେ l ସ୍କୁଲ ର ପ୍ରିନସିପାଲ ଡକ୍ତର କଳ୍ପତରୁ ସାହୁ ଙ୍କ ତତ୍ଵାବଧାନ ରେ ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟ ଅତିଥିଭାବେ ବିଦ୍ୟାଧର ଅଗସ୍ତି ଯୋଗ ଦେଇ ପିଲାମାନଙ୍କୁ ନିଜର ଦକ୍ଷତା ଓ କାର୍ଯ୍ୟଶୈଳୀ ଉପରେ ଆଲୋଚନା କରିଥିଲେ l ସ୍କୁଲ ର ଚେୟାରମ୍ୟାନ ଦେବାଶିଷ ଦୀକ୍ଷିତ ପିଲାମାନଙ୍କୁ କିଭଳି ନିଜେ ଆତ୍ମ ନିର୍ଭଳଶୀଳ ହୋଇପାରିବା ସଂଗେ ସଂଗେ ନିଜେ ନିଜର ଦାଇତ୍ୱ ବହନ କରି ପାରିବେ ସେ ବିଷୟରେ ଆଲୋକପାତ କରାଇଥିଲେ l ଏହି ଉତ୍ସବ ରେ ସ୍କୁଲର ଡିରେକ୍ଟର ଯୁଧିଷ୍ଠିର ଦେବତା, ମାଡାମ ଏମ.ଡି. ବନ୍ଦିତା ଦୀକ୍ଷିତ, ଓ କୋଡ଼ିନେଟର ସୁକାନ୍ତ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିବା ସଂଗେ ସଂଗେ ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ l

ଯାଜପୁର ରୋଡ଼ ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *

You may have missed