୬୧ତମ ରାଜ୍ୟ ସନ୍ତରଣ ପ୍ରତିଯୋଗିତା

୬୧ତମ ରାଜ୍ୟ ସନ୍ତରଣ ପ୍ରତିଯୋଗିତା ଭୁବନେଶ୍ୱର ବିଜୁ ପଟ୍ଟନାୟକ ସୁଇମ୍ ପୁଲ, କଳିଙ୍ଗ ଷ୍ଟାଡିୟମ ରେ ଅନୁଷ୍ଠିତ ହେଉଛି। ଯେଉଁ ଥିରେ ଆସନ୍ତାକାଲି ସିନିୟର ବିଭାଗର ସନ୍ତରଣ ପ୍ରତିଯୋଗିତା ରହିଛି ଏଥିରେ ପୁରୀ ଜିଲ୍ଲା ସନ୍ତରଣ ଆସୋସିଏସନ ର ୧୭ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି। ବ୍ୟାକ ଷ୍ଟୋକ୍, ବଟର ଫ୍ଳାଏ,ବ୍ରେଷ୍ଟ ଷ୍ଟୋକ୍, ଫ୍ରି ଷ୍ଟାଇଲରେ ସିନିୟର ପୁରୁଷ ଓ ମହିଳା ଅଂଶ ଗ୍ରହଣ କରିଛନ୍ତି। ପୂର୍ବବର୍ଷରେ ପୁରୀ ଜିଲ୍ଲାର ପ୍ରତିଯୋଗୀ ମାନେ ଅନେକ ସଫଳତା କରିଥିବାବେଳେ ଚଳିତ ପ୍ରତିଯୋଗିତାରେ ମଧ୍ୟ ସଫଳ ହେବେ କିନ୍ତୁ କରୋନା ପ୍ରତିଯୋଗୀଙ୍କ ଅଭ୍ୟାସରେ ପ୍ରତିବନ୍ଧକ ସାଜିଥିଲା ତଥାପି ସଫଳତା ମିଳିବ। ବୋଲି କୋଚ ଅରୁଣ କୁମାର ମହାପାତ୍ର କହିଛନ୍ତି। କୋଚ ରାମଚନ୍ଦ୍ର ମେକାପ ଓ ମ୍ୟାନଜର ଭାବରେ ରଶ୍ମିରଞ୍ଜନ ପାତ୍ର ଟିମକୁ ଲିଡ ଦେଇଥିବାବେଳେ ସଭାପତି ରାଜ କିଶୋର ପାତ୍ର, ସମ୍ପାଦକ ମଧୁସୂଦନ ମିଶ୍ର, ସହ ସମ୍ପାଦକ ଜିତେନ୍ଦ୍ର ଦାସ ପ୍ରତିଯୋଗୀଙ୍କ ସଫଳତା ପାଇଁ ଶୁଭେଚ୍ଛା ଦେଇଥିବାବେଳେ ଝାଡେଶ୍ବରୀ କ୍ଳବ ସମ୍ପାଦକ ପାର୍ଥସାରଥୀ ମହାପାତ୍ର ଓ ସିତେନ୍ଦ୍ର ଦାସ ପ୍ରମୁଖ ପୂର୍ବ ସଫଳତା ପ୍ରତିଯୋଗୀ ମାନେ ଦୋହରାଇବା ସହ ସଫଳତା ଆଣିବେ ବୋଲି ସୂଚନା ଦେଇଛନ୍ତି। ସେପଟେ ପ୍ରତିଯୋଗୀ ମାନେ ମଧ୍ୟ ଦୃଢ ବିଶ୍ବାସ ରଖିଛନ୍ତି।

Leave a Reply

Your email address will not be published. Required fields are marked *