ସୁରଜ ସୂର୍ଯ୍ୟବଂଶୀଙ୍କ ଦିନିକିଆ ଗଞ୍ଜାମ ଗସ୍ତ
ମାନ୍ୟବର ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବସେବା,ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜ ଦିନେ କୀଆ ଗସ୍ତରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ୍ ଅନ୍ତର୍ଗତ ଲୋକକଳା ନନ୍ଦିକ ଗ୍ରାମରେ ପହଞ୍ଚି ଥିଲେ । ସେଠାରେ ଏକ ନୂତନ ନାଟ୍ୟ ମଣ୍ଡପ ପରିସର ମଧ୍ୟରେ ଏକ ସଭା ଆୟୋଜନ ହୋଇଥିଲା । ଏହି ଆୟୋଜିତ ସଭାରେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଅତିଥି ପରିଚୟ କରି ଅତିଥି ମାନଙ୍କୁ ସଭା ମଞ୍ଚକୁ ପାଛୋଟି ନେଇଥିଲେ ଉଚ୍ଚ ଶିକ୍ଷା, କ୍ରୀଡା ଯୁବ ସେବା ଏବଂ ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ,ବ୍ରହ୍ମପୁର ବିଧାୟକ କେ ଅନୀଲ, ଅତିରିକ୍ତ ଜିଲ୍ଲାପାଳ ଦେବବ୍ରତ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ,ଶିଶିର ମିଶ୍ର ଉପସ୍ଥିତ ରହି ଦୀପ ପ୍ରଜ୍ବଳନ କରିଥିଲେ ।

ପରେ ସ୍ଥାନୀୟ ସରପଞ୍ଚ କୃଷ୍ଣଚନ୍ଦ୍ର ଭଉଳ ଅତିଥି ମାନଙ୍କୁ ଉପଢୋକନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏବଂ ପ୍ରଥମ ଥର ପାଇଁ ହିଞ୍ଜିଳି ବ୍ଳକ୍ ନନ୍ଦିକ ଗ୍ରାମ ଆସିଥିବାରୁ ଗ୍ରାମପଞ୍ଚାୟତ ତରଫରୁ ଅଭିନନ୍ଦନ ଜଣାଇଥିଲେ । ନନ୍ଦିକ ଗ୍ରାମ ଯାହାକି ଗୋଟିଏ ଶୃଙ୍ଖଳିତ ପଞ୍ଚାୟତ ବୋଲି କହିଥିଲେ ।
