ଗୋପ – ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବିଜିଲାନ୍ସ ହାତରେ ଧରାପଡ଼ିଲେ ଗୋପ ଥାନା ଏ ଏସ ଆଇ ରାଧାଶ୍ୟାମ ନାୟକ

ଆଜି ସକାଳୁ ଗୋପ ଥାନା ଏ ଏସ୍,ଆଇ ରାଧାଶ୍ୟାମ ନାୟକ ୨ ହଜାର ଟଙ୍କା ନେବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ହାତରେ ଧରାପଡିଲେ, ଏହି ଥାନା ଅଧିନ ସୁବର୍ଣ୍ଣପୁର ଗ୍ରାମର ଏକ ଜମିବାଡ଼ି ଘଟଣା ରେ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲେ, ସୁଚନା ଦେଲେ ଭୁବନେଶ୍ୱର ଭିଜିଲାନ୍ସ ଡିଏସପି ଶିଶିର କୁମାର ଭୋଇ । ସୂଚନା ଅନୁସାରେ ଗୋପ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମର ମନୋରଞ୍ଜନ ବେହେରା ଏକ ଜମି ଜମା ସମସ୍ୟାକୁ ନେଇ ଗୋପ ଥାନାରେ ଏତଲା ଦେଇଥିଲେ । କିନ୍ତୁ ଥାନା ଅଧିକାରୀ ମାମଲା ୠଜୁ କରିବା ପାଇଁ ତାଙ୍କୁ ଦୁଇ ହଜାର ଲାଞ୍ଚ ମାଗିଥିଲେ, ପରେ ମନୋରଞ୍ଜନ ପୁରୀ ଓ ଭୁବେନେଶ୍ୱର ବିଜିଲାନ୍ସ ଙ୍କ ଦ୍ୱାରସ୍ତ ହୋଇଥିଲେ । ଆଜି ସକାଳୁ ବିଜିଲାନ୍ସ DSP ଶିଶିର ଭୋଇ ଙ୍କ ନେତୃତ୍ୱରେ ତିନିଜଣ ଇନିସପେକ୍ଟର ଏସ ଏନ ବାରିକ, ରେଣୁବାଳା ତ୍ରିପାଠୀ, ମଦନ ପ୍ରଧାନ ଙ୍କ ସହିତ ୧୪ ଜଣିଆ ଟିମ ଗୋପ ଥାନ ଭିତରେ ମନୋରଞ୍ଜନ ଙ୍କ ଠାରୁ ଏ ଏସ ଆଇ ନାୟକ ଦୁଇହାଜର ଟଙ୍କା ଲାଞ୍ଚ ନେବାବେଳେ ରଙ୍ଗେହାତ ଧରି ଥିଲା ବିଜିଲାନ୍ସ । ପରେ ବିଜିଲାନ୍ସ ଟିମି ନାୟକଙ୍କୁ ଅଧିକ ପଚାର ଉଚରା କରିବା ପାଇଁ ପୁରୀ ବିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଥିବାର ଜଣାପଡିଛି ।

Leave a Reply

Your email address will not be published. Required fields are marked *