ପ୍ରଶାସନର ନାଲି ଆଖିକୁ ପ୍ରଧାନ ଗୁରୁଜୀଙ୍କ ବାଏ ବାଏ

ବର୍ଷର ସର୍ବ ପୁରାତନ କବିସୂର୍ଯ୍ୟ ବିଦ୍ୟାପୀଠରେ ଚାଲିଛି ପ୍ରଧାନ ଶିକ୍ଷକଙ୍କ ଦବଙ୍ଗ ଗିରି। ଷଷ୍ଠ ରୁ ଦଶମ ଶ୍ରେଣୀ ଅନ୍ତେବାସୀଙ୍କୁ ଠିକ ଖାଦ୍ୟ ନ ଦେବା,ଭୋଜିର ବଳକା ବାସି ଖାଦ୍ୟ ଯୋଗାଣ,ଆହାର କେନ୍ଦ୍ର ଖାଦ୍ୟ ଦେବା, ଦିନରେ ଦୁଇଥର ଅନୁପଯୁକ୍ତ ଖାଦ୍ୟ ଦେବା,କରୋନା ସମୟର ପିଲାଙ୍କ ଟଙ୍କା ବାଟମାରଣା, ନବମ ପିଲାଙ୍କ ସାଇକେଲ ଟଙ୍କା ହଡପ, ମୂଲ୍ୟବାନ କାଠ,ପିଲାଙ୍କ ଠୁ ବେନିୟମ ଅର୍ଥ ଆଦାୟ,ଟିଣ ତଥା ଲୁହା ସାମଗ୍ରୀ ଶାଗ ମାଛ ଦରରେ ବିକ୍ରି, ପରିବା ପାଲି ଭଡା ଆଦାୟ ଏହିଭଳି ବିଭିନ୍ନ ସମସ୍ୟାରେ ଜର୍ଜରିତ କେନ୍ଦ୍ର କରି ଗତ ୩୧ ତାରିଖ ରାତ୍ର ୩୯ ଜଣ ଛାତ୍ର ହଷ୍ଟେଲ ଛାଡି ଲୁଚି ପଳାଇଯାଇଥିଲେ l ଆଜି ସୁଦ୍ଧା ଦୁଇଜଣ ପିଲା ବ୍ୟତୀତ ସବୁ ପିଲା ଫେରିଥିବା ପ୍ରଧାନ ଗୁରୁଜୀ କହିଛନ୍ତି l ୦୯ ଦିନ ବିତି ଯାଇଥିଲେ ସୁଦ୍ଧା ଆଜି ଯାଏ ପ୍ରଶାସନ ର କାର୍ଯ୍ୟନୁଷ୍ଠାନ ଅସ୍ପଷ୍ଟ। ୩୧ ଜୁଲାଇ ବିଇଓ ଅଭିମନ୍ୟୁ ସାହୁ ତଦନ୍ତ ରିପୋର୍ଟ ଓ ତାରିଖ ୦୨ ଅଗଷ୍ଟ ରେ ଯୁଗ୍ମ ତଦନ୍ତ ଅର୍ଥାତ ବିଡ଼ିଓ ସାଗରୀକା ଷଢଙ୍ଗୀ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଦେବରଞ୍ଜନ ଦାସ, ବିଇଓ ଅଭିମନ୍ୟୁ ସାହୁଙ୍କ ଯୁଗ୍ମ ତଦନ୍ତ ବେଳେ ବହୁ ସମସ୍ୟା ରେ ଜର୍ଜରିତ ବୋଲି ତଦନ୍ତ ଦଳ ଅନୁଭବ କରିଥିବା ସୂଚନା ଦେଇଥିଲେ l ଆଜି ବି ସ୍କୁଲ ପିଲାଙ୍କ ସମାନ ଅଭିଯୋଗ ପାଣିଚିଆ ବଢ଼ି ତରକାରୀକୁ ଭାତ। ଯାହା ପିଲାମାନେ ଖାଇବା ଅନୁପଯୁକ୍ତ। ନବମ ଓ ଦଶମ ପିଲାଙ୍କୁ ଆକ୍ରୋଶ ମୂଳକ ମନୋଭାବ ରଖି ମାନସିକ ନିର୍ଯାତନା ଦେବା ପିଲାମାନେ ଅଭିଯୋଗ ଆଣିଛନ୍ତି। କ୍ଲାସ ରୁମ ପାଖରେ ରୋଷେଇ ର କାଠ ଧୂଆଁରେ ପିଲାମାନେ ଅଣନିଶ୍ୱାସୀ ହୋଇପଡୁଥିବା ଦେଖିବାକୁ ମିଳୁଛି। ଲେଟିନ, ପରିସ୍ରା ଗାରରେ ଜାଳେଣି କାଠ ଭର୍ତ୍ତି l ଏତେ ଅଭିଯୋଗ ପରେ ବି ପ୍ରଧାନ ପଣ୍ଡିତ ଚେତୁ ନାହାନ୍ତି। ଅନ୍ୟପଟେ ପ୍ରଧାନ ପଣ୍ଡିତ ପାଠ ପଢ଼ାଇବା ବେଳେ ପାନ ଖାଇବା କୁଅଭ୍ୟାସ ପିଲାଙ୍କ ଉପରେ, ବହିପତ୍ରରେ ପାନ ଛେପ ପଡି ପିଲାମାନେ ଅସଂଯତ ମନେ କଲେଣି।ପାନଖିଆ ଉତୁପାତିଆ ପ୍ରଧାନ ଶିକ୍ଷକଙ୍କ ବୁଦ୍ଧି କେବେ ସୁଧୁରିବ ନା ପିଲାମାନେ ଏଭଳି କାଳାତିପାତ କରିବେ ଦେଖିବାକୁ ବାକି ରହିଲା।

ଅନ୍ୟପଟେ ପ୍ରଶାସନର ନାଲିଆଖିକୁ ଖାତିରି ନ କରି ବାଏ ବାଏ ଉଡାଉଥିବା ଦେଖିବାକୁ ମିଳିଛି। ଏହି ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀଣୀ ଅମିତା ପଟ୍ଟନାୟକ କହିଛନ୍ତି, ଶିକ୍ଷକ ଅଭାବ ପାଠ ପଢ଼ା ଠିକ ହେଉନି, ଏଣୁ ୬ରୁ ୮ଶ୍ରେଣୀ ପିଲାଙ୍କ ହଷ୍ଟେଲ ଆସନ୍ତା ବର୍ଷ ବନ୍ଦ କରିବା ସହ ଏହାକୁ ଅନ୍ୟତ୍ର ନେଇଯିବୁ l ବିଭିନ୍ନ ଦୁର୍ନୀତି, ଅବହେଳା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇବି। ତେବେ ଦେଖିବାକୁ ବାକି ରହିଲା ଏଭଳି ଦୁର୍ନୀତିଗ୍ରସ୍ତ, ମନମାନି ପ୍ରଧାନ ଗୁରୁଜୀ ଉପରେ ଜିଲ୍ଲା ପ୍ରଶାସନ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।

Leave a Reply

Your email address will not be published. Required fields are marked *