ନୟାଗଡ଼ ବିଜେଡିରେ ମିଶ୍ରଣ ପର୍ବ


ବିଜୁ ଜନତା ଦଳ ନୟାଗଡ଼ ରେ ୫୦ ରୁ ଉର୍ଦ୍ଧ ବିଜେପି କର୍ମୀ ଯୋଗ ଦେଇଥିବା ଜଣାପଡିଛି ।ନୟାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀର କେନ୍ଦୁଢିପି ଗ୍ରାମ ପଂଚାୟତର ୫୦ରୁ ଉର୍ଦ୍ଧ କର୍ମୀ ବିଜେଡିର ନୀତି ଓ ଆଦର୍ଶକୁ ଗ୍ରହଣ କରି ଯୁବ ବିଜେଡି ନୟାଗଡ଼ ବ୍ଲକ ସଭାପତି ଦୁର୍ଯ୍ୟୋଧନ ବେହେରାଙ୍କ ନେତୃତ୍ୱରେ ବିଜେଡିରେ ଯୋଗଦାନ କରିଥିବା ଜଣାପଡିଛି ।ନବୀନ ବାବୁଙ୍କ ଜନହିତକର କାର୍ଯ୍ୟ ଏବଂ ନୟାଗଡ଼ ବିଧାୟକ ତଥା ରାଜ୍ୟ କୃଷିମନ୍ତ୍ରୀ ଡ଼ ଅରୁଣ କୁମାର ସାହୁଙ୍କ ବିକାଶ ମୂଳକ କାର୍ଯ୍ୟକୁ ସମର୍ଥନ କରି ପୂର୍ବତନ ଦିବଂଗତ ବିଜେଡି ନେତା ବସନ୍ତ କୁମାର ନାୟକଙ୍କ ସାନ ଭାଇ ବିରେନ ନାୟକ, ବିଜୟ ପରିଡା, ମଦନ ମୋହନ ସାହୁ, ଅର୍ଜୁନ ପରିଡାଙ୍କ ସମେତ ବହୁ ବିଜେପି କର୍ମୀ ନୀଳମାଧଵ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ବିଜେଡି ମିଶ୍ରଣ ପର୍ବରେ ଯୋଗଦେଇଥିଲେ ।ଏହି ପରିପ୍ରେକ୍ଷୀରେ ମନ୍ତୀ ଡ଼ ଅରୁଣ କୁମାର ସାହୁ ସେମାନଙ୍କୁ ସ୍ୱାଗତ କରିବା ସହ ଏହା କେନ୍ଦୁଢିପି ପଂଚାୟତର ବିକାଶ ଓ ଦଳର ସଂଗଠନ ପ୍ରତି ସହାୟକ ହେବ ବୋଲି ନିଜ ମନ୍ତବ୍ୟରେ ପ୍ରକାଶ କରିଥିଲେ ।ଏହି ମିଶ୍ରଣ ପର୍ବରେ ନାଏଵ ସରପଞ୍ଚ ଅରୁଣ ସାହୁ, ବରିଷ୍ଠ ବିଜେଡି ନେତା ଅଭିମନ୍ୟୁ ବେହେରା, ବିଦ୍ୟାଧର ପ୍ରଧାନ, ସୁବାସ ବଳିୟାରସିଂ, ପ୍ରମୁଖ ଏହି ବିଜେଡି ମିଶ୍ରଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଦେଖାଯାଇଥିଲା ।ତେବେ ବିଜେଡିର ଏହି ଲୋକ ପ୍ରିୟତା ବୃଦ୍ଧି ସହ ମିଶ୍ରଣ ପର୍ବ ବିରୋଧ ଦଳରେ ଛାନିଆ ସୃଷ୍ଟି କରିଥିବାବେଳେ ଏହି ଖବର ସମଗ୍ର ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଜନ ସାଧାରଣଙ୍କ ମଧ୍ୟରେ ଆନନ୍ଦ ଖେଳାଇ ଦେଇଥିବା ଦେଖିବାକୁ ମିଳିଛି।
ରିପୋଟ -ରାମକୃଷ୍ଣ ରଥ, ନୟାଗଡ଼ “ତୀର୍ଥକ୍ଷେତ୍ର”

Leave a Reply

Your email address will not be published. Required fields are marked *