୯ ମାସ ଶିଶୁର ବଢୁଛି ମୁଣ୍ଡ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହେଲେ ବାପା ମା ।
କନ୍ଧମାଳ:-ଅସ୍ୱାଭାବିକ ଭାବେ ୯ ମାସ ଶିଶୁର ଦିନ କୁ ଦିନ ବଢିଯାଉଛି ମୁଣ୍ଡ। ଚିକିତ୍ସା ପାଇଁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଦ୍ବାରସ୍ଥ ହେଲେ ଶିଶୁର ମା,ବାପା।ଏଭଳି ଘଟଣା ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫିରିଙ୍ଗିଆ ବ୍ଲକର ଗୋଚ୍ଛାପଡା ଅଧିନସ୍ଥ ପକାରୀ ଗ୍ରାମ ପଞ୍ଚାୟତ ପକାରୀ ଗ୍ରାମରେ କାମେଶ୍ବର ଦିଗାଲ ଙ୍କ ଝିଅ ୯ ମାସ,ମୁଣ୍ଡ ଟି ଦିନ କୁ ଦିନ ବଢିବାରେ ଲାଗିଛି।ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟ ଠାରେ ଶିଶୁ ଟି ଜନ୍ମଗ୍ରହଣ କରିଥିଲା। ଦେଢ଼ମାସ ପରେ ମୂଖ୍ୟ ଚିକିତ୍ସାଳୟ ରୁ ଶିଶୁର ସୁସ୍ଥତା ହେଲା ପରେ ତାକୁ ତାଙ୍କ ନିଜ ବାସଭବନ କୁ ସ୍ଥାନାନ୍ତର କରାଯାଇଥିଲା। ଏହା ପରେ ୩ ମାସ ପୁରଣ ନ ହେବା ପୂର୍ବରୁ ଶିଶୁର ମୁଣ୍ଡ ବଢ଼ିବାରେ ଆରମ୍ଭ ହେବାରୁ ତାକୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ପହଞ୍ଚି ଶିଶୁ ଟିକୁ ଚିକିତ୍ସ କରିଥଲେ ସୁଧା ସୁଧାର ଆସିପାରୁନାହିଁ ବୋଲି କାମେଶ୍ୱର ଓ ନିଜପତ୍ନୀ ଗଣମାଧ୍ୟମ ଆଗରେ ଆଖିରୁ ଲୁହଗଡାଇ କରୁଣ କଣ୍ଠରେ ପ୍ରକାଶ କରିଛନ୍ତି।ସେସରେ ଅର୍ଥ ବାଧକ ସାଜିବାରୁ ଶିଶୁଟିର ଉନ୍ନତ ମାନର ଚିକିତ୍ସା ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଦ୍ବାରସ୍ଥ ହେଇଥିବା ଦେଖିବାକୁ ମିଳିଛି। ଏବଂ ମୂଖ୍ୟ ଚିକିତ୍ସାଳୟ ଫୁଲବାଣୀ କୁ ମଧ୍ୟ ଶିଶୁର ଚିକିତ୍ସା ନିମନ୍ତେ ଜିଲାପାଳ ଡ଼ଃ,ବୃନ୍ଦା ଡ଼ି ନିର୍ଦ୍ଦେଶ ଦେଇଥିବା ମଧ୍ୟ ଜଣାପଡ଼ିଛି। କିନ୍ତୁ ଦୁଃଖର ବିଷୟ ଯେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଏହାର ଚିକିତ୍ସା ପାଇଁ ବ୍ୟବସ୍ଥା ନଥିବାରୁ କଟକ,ବ୍ରହ୍ମପୁର,ଭୁର୍ଲା ନେଇ ଚିକିତ୍ସା କରାଇବାକୁ ଫୁଲବାଣୀ ଡାକ୍ତର କହିଥିବା ଶିଶୁର ବାପା କାମେଶ୍ବର ଦିଗାଲ କହିଛନ୍ତି। ଏହି ଦିଗରେ ଦିର୍ଗ ବିବାହ ହୋଇ ୭ ବର୍ଷ ବିତାଇ ଶିଶୁ ଟିକୁ ଜନ୍ମକରି ବେଶ୍ ଖୁସି ରେ ଥିବାବେଳେ ଶିଶୁର ମୁଣ୍ଡ ବଢ଼ିବାନେଇ କାମେଶ୍ବର ଦିଗାଲ ସ୍ତ୍ରୀ ନମିତା ଦିଗାଲ ଦୁହେଁ ଦୁଃଖ ରେ ଭାଙ୍ଗିପଡ଼ି ଛନ୍ତି।କାମେଶ୍ବ ଜଣେ ନିରିହ ଗରିବ କୁଲି ମଜୁରିଆ କଲେ ତାଙ୍କର ପରିବାର ପେଟ ପଷୋଣ କରନ୍ତି। ସେ ବା କେଉଁଠୁ ଅର୍ଥ ଯୋଗାଡ଼ କରି କେମିତି ମୁଣ୍ଡ ଟିକୁ ଅପୋର୍ସୋନ କରିପାରିବେ ତାହା ନେଇ ଜନସାଧାରଣ ମନରେ ପ୍ରଶ୍ନ ବାଛି ସୃଷ୍ଟି ହେଉଛି। ଏବଂ ଜିଲ୍ଲାପାଳ ସ୍ବାସ୍ଥ୍ୟ କାର୍ଯ୍ୟାଳୟ ଜଯୋଜନା ରେ ଶିଶୁର ଚିକିତ୍ସା କରିବା ପାଇଁ ପଦକ୍ଷେପ ନିଆଯାଇଥିବା କହିଛନ୍ତି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଅଧିକାରୀ ଡ଼ଃ ରାଜଶ୍ରୀ ପଟ୍ଟନାୟକ ଝିଅ ର ଫୋଟୋ ଉଠେଇ କଟକ ମେଡିକାଲ୍ କୁ ପଠାଇ ଡାକ୍ତର ଙ୍କ ପରାମର୍ଶ ନିଆଯିବ ବୋଲି କହିଛନ୍ତି। ଏବଂ ଡାକ୍ତର ଙ୍କ ପକ୍ଷରୁ ଅପୋର୍ସୋନ ପାଇଁ ଦିନ ଧାର୍ଯ୍ୟ ହେଲେ ଶିଶୁ ଟିକୁ କଟକ ନିଆଯାଇ ଅପୋର୍ସୋନ କରାଯିବ ବୋଲି ମୂଖ୍ୟ ଚିକିତ୍ସାଳୟ ଅଧିକାରୀ ସୂଚନା ଦେଇଛନ୍ତି। ଏଣୁ ନିରିହ ଗରିବ କାମେଶ୍ବର ଦିଗାଲ ଙ୍କ ପ୍ରତି ଜିଲ୍ଲା ର କୈାଣସି ସଂଗଠନ କିମ୍ବା ସମାଜ ସେବୀ ସ୍ବେଚ୍ଛାସେବୀ ଏବଂ ଧର୍ମ କାରୀ ଅସହାୟ ଶିଶୁ ପ୍ରତି ସାହାଯ୍ୟ ସହଯୋଗ କରିବା ପାଇଁ ପକାରୀ ପଞ୍ଚାୟତ ବାସୀ ସହ କାମେଶ୍ବର ଦିଗାଲ ଙ୍କ ପରିବାର ଅନୁରୋଧ କରିଛନ୍ତି।
