ଅଙ୍ଗଦlନ ହିଁ ଜୀବନ ଦାନ
ନୀଳାଚଳ ନାରାୟଣ ସଂସ୍କୃତମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ବିଶ୍ବ ଅଙ୍ଗଦlନ ଦିବସ ଅବସରରେ “ଅଙ୍ଗଦାନହିଁ ଜୀବନ ଦାନ ” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛିl ଅଧ୍ୟକ୍ଷl ଡ଼. ମୀରା ରାଣୀ ଖଣ୍ଡୁଆଳ ସଭାପତିତ୍ୱ କରିଥିଲେ l କାର୍ଯ୍ୟକ୍ରମ ସଂଯୋଜକ ମୁଖ୍ୟ ବକ୍ତା ରୂପେ ଅଧ୍ୟାପକ ଡ଼. ବଳରାମ ଦାଶ ଓ ଅଧ୍ୟାପକ ଡ଼. ଶ୍ରୀନିବାସ ସାହୁ ପ୍ରମୁଖ ଯୋଗ ଦେଇ ଅଙ୍ଗ ଦାନର ମହନୀୟତା, ଅଙ୍ଗଦାନହିଁ ଜୀବନ ଦାନ, ଗୋଟିଏ ଅଙ୍ଗ ଗୋଟିଏ ଜୀବନ ସହ ଅନେକ ପରିବାରକୁ ରକ୍ଷl କରିଥାଏ ତଥା ମହାନ ପୁଣ୍ୟ କାର୍ଯ୍ୟବୋଲି କହିଥିଲେ lଏହି ମହାନ କାର୍ଯ୍ୟରେ ସମସ୍ତ ଛାତ୍ରଛାତ୍ରୀ ମାନେ ସାମିଲ ହେବାକୁ ସଂକଳ୍ପ ବଦ୍ଧ ହେବା ଉଚିତ ବୋଲି ମତ ପ୍ରଦାନ କରିଥିଲେ l ସଭାରେ ବୃକ୍ଷରୋପଣ, ଫାଲେରିଆ ଦୂରୀକରଣ ଓ ନିଶା ନିବାରଣ ଓ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ଆଲୋଚନା ହୋଇଥିଲା l ମା, ମାଟି, ଓ ଗୋଟିଏ ବୃକ୍ଷ ଅନେକ ଜୀବନ ନାମରେ ଅନେକ ବୃକ୍ଷ ରୋପଣ ପାଇଁ ନିଷ୍ପତି ନିଷ୍ପତି ନିଆଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଅନେକ ସ୍ବେଛାସେବୀଉପସ୍ଥିତ ଥିଲେ l ପ୍ରାରମ୍ଭରେ ଶୁଶ୍ରୀ ଅଭିଲିପସା ସ୍ୱାଗତ ସଂଗୀତ ଗାନ କରିଥିଲେ l
