ହୋଇ ପାରିଲାନାହିଁ ପରେଡ, ପରମ୍ପରା ଭାଙ୍ଗିଲେ ପୌର କତୃପକ୍ଷ
**ପ୍ରତିବର୍ଷ ଅଗଷ୍ଟ ୧୫ ସ୍ଵାଧୀନତା ଦିବସକୁ ମହା ଆଡ଼ମ୍ବରରେ ପାଳନ କରାଯାଏ l ଯାଜପୁର, ବ୍ୟାସନଗର ସହର ସ୍ଥିତ ରାଜୀବ ଗାନ୍ଧୀ ଷ୍ଟାଡିୟମରେ ପ୍ରତିବର୍ଷ ଅଗଷ୍ଟ ୧୫ ସ୍ଵାଧୀନତା ଦିବସକୁ ମହା ଆଡ଼ମ୍ବରରେ ପାଳନ କରାଯାଏ l ପୌର ପରିଷଦର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ, ଉଚ୍ଚବିଦ୍ୟାଳୟ, ମହାବିଦ୍ୟାଳୟର ସହସ୍ରାଧିକ ଛାତ୍ରଛାତ୍ରୀଙ୍କ ଦ୍ବାରା ପରେଡ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶୀତ ହୋଇଆସୁଥିବା ବେଳେ ଏବର୍ଷ ପୌର ପରିଷଦ ଅପାରଗତା ପାଇଁ ଏହି ପରମ୍ପରାକୁ ଭାଙ୍ଗି ଦିଆଯାଇଛି l ଏହି ଅବସରରେ ସହରର ସରକାରୀ, ବେସରକାରୀ ସ୍କୁଲ କଲେଜ, ଏନସିସି, ସ୍କାଉଟ ଛାତ୍ରଛାତ୍ରୀ ଆଦି ଏହି ପ୍ୟାରେଡରେ ସାମିଲ ହୋଇଥାନ୍ତି l

ଏହି ସମ୍ମିଳିତ ପ୍ୟାରେଡରେ ପୌର ଅଧ୍ୟକ୍ଷ ବା ଅଧ୍ୟକ୍ଷାଙ୍କ ଦ୍ଵାରା ଅଭିବାଦନ ଗ୍ରହଣ କରାଯାଇଥାଏ l ମାତ୍ର ଦୁଃଖ ଆଉ ପରିତାପର ବିଷୟ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ପୁରାତନ ପରମ୍ପରାକୁ ଭାଙ୍ଗି ଦିଆଯାଇଛି l ଏବର୍ଷ ପାଗ ଅନୁକୂଳ ଥିବାରୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏଥିରେ ସାମିଲ ହେବାକୁ ଷ୍ଟାଡିୟମକୁ ଆସିଥିଲେ ସୁଦ୍ଧା ପଡିଆର ଆଦ୍ରତା ଆଳ ଦେଖାଇ ପ୍ୟାରେଡକୁ ବାତିଲ କରି ଦିଆଯାଇଥିଲା, ଯାହାକି ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ କ୍ଷୋଭ ପହଞ୍ଚାଇଛି l ଏନେଇ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ପଡିଆରେ ସାମାନ୍ୟ କାଦୁଅ ଥିବାରୁ ପରେଡ ବାତିଲ କରାଯାଇଥିବା କହିଥିଲେ l ଦୀର୍ଘ ଦିନ ଧରି ପରେଡ ଅଭ୍ୟାସ କରିଥିବା ହଜାର ହଜାର ଛାତ୍ରଛାତ୍ରୀ ଅଯଥାରେ ସକାଳୁ ଆସି ଫେରିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ପୌରାଧ୍ୟକ୍ଷା ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଦାୟିତ୍ଵହୀନତାକୁ ଦାୟୀ କରାଯାଇଛି l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live
