ଜଙ୍ଗଲ ଛାଡି ସହର ମୁଁହା ୪ ଟିକିଆ ହାତୀ ପଲ

ଜଙ୍ଗଲ ଛାଡି ସହର ମୁଁହା ୪ ଟିକିଆ ହାତୀ ପଲ, ଆତଙ୍କିତ ସ୍ଥାନୀୟ ବାସିନ୍ଦା lଗାଁ ମୁଣ୍ଡରେ ୪ ଟିକିଆ ହାତୀ ପଲ, ଆତଙ୍କିତ ସ୍ଥାନୀୟ ବାସିନ୍ଦା,ସୂଚନା ପାଇ ବନ ବିଭାଗ କର୍ମଚାରୀଙ୍କ ପଂହଁଚି ହାତୀ ପଲଉପରେ ନଜର ରଖିଛନ୍ତି, ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଥେରୁବାଲି ସହର ଅଞ୍ଚଳରେ ୪ ଟିକିଆ ହାତୀ ପଲ ପଶି ଆସିଛି ଫଳରେ ଅଞ୍ଚଳ ବାସିନ୍ଦା ଭୟଭୀତ ଅବସ୍ତାରେ ରହିଛନ୍ତି, କାରଣ ଗାଁ ମୁହାଁ ଏହି ହାତୀ ପଲ ଘରଦ୍ବାର ଭାଙ୍ଗିବା ଓ ବ୍ୟସ୍ତବହୁଳ ଅଞ୍ଚଳ ହେଉଥିବାରୁ ଲୋକଙ୍କୁ ଆକ୍ରମଣ ଆଶଙ୍କା ମଧ୍ୟ ରହିଛି, ଏହି ହାତୀ ପଲରେ ଏକ ଦନ୍ତା ଏକ ମାଈ ହାତୀ ସହିତ ଦୁଇଟି ଛୁଆ ରହିଛି। ଆଜି ଭୋର୍ ସମୟରେ ଏହି ହାତୀ ପଲ ଗାଁରେ ପଶିଥିଲା, ଲୋକଙ୍କ ଚଳପ୍ରଚଳ ଯୋଗୁଁ ଗାଁ ନିକଟ ଥିବା କାଜୁ ବାଡ଼ରେ ରହି ଯାଇଥିଲେ।,ଏଥି ମଧ୍ୟରେ ଦୁଇଟି ଛୁଆ ରହିଥିବାରୁ ହିଂସ୍ରା ତ୍ମକ ହୋଈ କେଉଁ ସମୟରେ ବାହାରକୁ ଆସି ଆକ୍ରମଣ କରିପାରେ ବୋଲି ଆଶଙ୍କା ରହିଛି। ରାୟଗଡ଼ା ରେଞ୍ଜ ଅଧିକାରୀ ଘାଟଣା ସ୍ଥଳରେ ପହଞ୍ଚି ଛନ୍ତି। ଏନେଇ ବନ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *